ଜଳ ଜୀବନ ମିସନ ଆପ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ : କହିଲେ, ଯୋଜନା ଜରିଆରେ ସଶକ୍ତ ହେଉଛନ୍ତି ମହିଳା, ବଞ୍ଚୁଛି ସମାଜ

 ପ୍ରତି ବୁନ୍ଦା ପାଣି ଆମ ପାଇଁ ବହୁମୂଲ୍ୟ

97

କନକ ବ୍ୟୁରୋ : ଜଳ ଜୀବନ ମିଶନ ମୋବାଇଲ ଆପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଆପ ଜରିଆରେ କେତୋଟି ଘରେ ପାଣି ପହଂଚିଲା, ପାଣିର ଗୁଣାତ୍ମକ ମାନ କେମିତି ସହିତ ପାଣିର ଯୋଗାଣ ବାବଦରେ ସବିଶେଷ ତଥ୍ୟ ମିଳିବ । ଏହି ଜଳ ଜୀବନ ମିଶନ ଜରିଆରେ ସଶକ୍ତ ହେଉଛନ୍ତି ମହିଳା । ପିଇବା ପାଇଁ ଆବଶ୍ୟକ ପାଣି ଆଣିବାକୁ ଆଉ ମହିଳାଙ୍କୁ ସମୟ ଦେବାକୁ ପଡୁନି । ହାତ ପାଆନ୍ତାରେ ଲୋକେ ଏବେ ପାଣି ପାଉଛନ୍ତି ।

ଏହା ଦ୍ୱାରା ସମୟ ବଂଚୁଛି । ତେଣୁ ମହିଳାମାନେ ଏବେ ପିଲାଙ୍କର ପାଠପଢା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମନୋନିବେଶ କରି ରୋଜଗାର ଉପରେ ଗୁରୁତ୍ୱ ଦେବା ଦରକାର । ଏହି ଆପର ଉଦଘାଟନ ବେଳେ ମୋଦୀ ଭିଡିଓ କନଫରେନସିଂ ଜରିଆରେ ଦେଶର ବିଭିନ୍ନ ଗ୍ରାମ ପଂଚାୟତର ମୁଖିଆ ଏବଂ ପାଣି ସମିତିଙ୍କ ସହ ଆଲୋଚନା କରିଛନ୍ତି । ଆମ ପାଇଁ ପ୍ରତ୍ୟେକ ପାଣି ବୁନ୍ଦା ବହୁମୂଲ୍ୟ ବୋଲି ମୋଦୀ କହିଛନ୍ତି ।