ମୋଦୀଙ୍କୁ ବାଇଡେନଙ୍କ ଭବ୍ୟ ସ୍ୱାଗତ, ନିଜ ଆସନରେ ମୋଦୀଙ୍କୁ ବସାଇ ଅନ୍ୟ ଆସନରେ ନିଜେ ବସିଲେ ବାଇଡେନ

218

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଦିନ ହ୍ୱାଇଟ ହାଉସ ଠାରେ ଭେଟ ହୋଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପାଖା ପାଖି ୧ ଘଂଟା ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ବାଇଡେନ ୨୦୦୬ ମସିହାର କଥା ମନେ ପକାଇ କହିଥିଲେ କି ସେ କହିଥିଲେ ୨୦୨୦ ସୁଦ୍ଧା ଆମେରିକା ଓ ଭାରତ ମଧ୍ୟରେ ଏମିତି ସୁସଂପର୍କ ତିଆରି ହେବ ଯାହାକୁ ଅନ୍ୟ ରାଷ୍ଟ୍ରମାନେ ଦେଖି ଚକିତ ହୋଇଯିବେ । ଅନ୍ୟପଟେ ଏବେ ଦୁଇନେତାଙ୍କ ମଧ୍ୟରେ ଏଭଳି ଭେଟଘାଟ ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ ।

ଦୁଇବର୍ଷ ପରେ ହ୍ୱାଇଟ୍ ହାଉସ ଠାରେ ମୋଦୀଙ୍କୁ ବେସ୍ ଧୁମଧାମରେ ସ୍ୱାଗତ କରାଯାଇଛି । ଅନ୍ୟପଟେ ସାରା ବିଶ୍ବ ଚାହିଁ ବସିଥିଲା କି ଆମେରିକାରେ ସରକାର ପରିବର୍ତ୍ତନ ପରେ ମୋଦୀଙ୍କୁ ବାଇଡେନ କିଭଳି ସ୍ୱାଗତ କରୁଛନ୍ତି । ହେଲେ ବାଇଡେନଙ୍କ ଦ୍ୱାରା ହ୍ୱାଇଟ ହାଉସରେ ମୋଦୀଙ୍କୁ ଯେଭଳି ସ୍ୱାଗତ କରାଗଲା ତାହା ଉଭୟ ଦେଶର ଭବିଷ୍ୟତ ସଂପର୍କ ଉଜ୍ୱଳ ବୋଲି ଅନୁମାନ କରାଯାଉଛି ।

ଏହାରି ମଧ୍ୟରେ ମୋଦୀ ଓ ବାଇଡେନଙ୍କ ଥିବା ସଂପର୍କର ଆଉଏକ ଉଦାହରଣ ଭାରତବାସୀଙ୍କ ପାଇଁ ଗର୍ବ ଅନୁଭବ କରିବାକୁ ବାଧ୍ୟ କରିଛି । ଜୋ-ବାଇଡେନ ମୋଦୀଙ୍କ କାନ୍ଧରେ ହାତରଖି ତାଙ୍କୁ ଟେବୁଲ ପର୍ଯ୍ୟନ୍ତ ନେଇଯାଇଥିଲେ । ଏହାସହ ଚେୟାର ପ୍ରଦାନ କରିବା ବେଳେ ହସି ହସି ବାଇଡେନ କହିଥିଲେ କି , ଏହି ଚେୟାର ସେତେବେଳେ ମୋ ପାଇଁ ଥିଲା ଯେତେବେଳେ ମୁଁ ଉପରାଷ୍ଟ୍ରପତି ଥିଲି । ଏବେ ଆପଣ ଏହି ଚେୟାରରେ ବସନ୍ତୁ ବୋଲି କହି ସେ ବେସ ହସିଥିଲେ ।

ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି ଏହା ମୋ ପାଇଁ ଏକ ସମ୍ମାନର କଥା ଯେ ମୋତେ ଆପଣ ଆପଣଙ୍କ ଚେୟାରରେ ବସିବାର ସୁଯୋଗ ଦେଇଛନ୍ତି । ଏନେଇ ବାଇଡେନ ବି ନିଜକୁ ଗର୍ବିତ ମନେ କରୁଥିବା କଥା କହିଥିଲେ ।