ଏଲନ ମସ୍କଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଟେଲସା କାର କମ୍ପାନୀ ନିର୍ମାଣ ପାଇଁ ହେବ ଆଲୋଚନା!

Advertisment
ଏଲନ ମସ୍କଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଟେଲସା କାର କମ୍ପାନୀ ନିର୍ମାଣ ପାଇଁ ହେବ ଆଲୋଚନା!

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି । ଜୁନ ୨୧ରୁ ତାଙ୍କର ଗସ୍ତ ୨୪ ତାରିଖ ଯାଏ ଚାଲିବ । ପ୍ରଧାନମନ୍ତ୍ରୀ ନିଜର ଏହି ଯାତ୍ରାରେ ଅନେକ ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଛନ୍ତି । ମୋଦୀ ଆମେରିକା ଗସ୍ତରେ ଟେସଲା ସିଇଓ ଏଲନ ମସ୍କଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଉଭୟ ଭାରତରେ ଟେସଲାର କାରଖାନା ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ।

ଏଲନ ମସ୍କ ସେହି ୨୪ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ସହ ମୋଦୀ କଥାହେବାକୁ ଯାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକଙ୍କ ରହିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଏହି ତିନି ଦିବସୀୟ ଯାତ୍ରା ବେଳେ ୨୪ ଜଣଙ୍କୁ ସାକ୍ଷାତ କରିବେ । ଏମାନଙ୍କ ସହ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହ ସ୍ପଷ୍ଟ ହୋଇନାହିଁ । ସେପଟେ ଏଲନ ମସ୍କ ଟେସଲାକୁ ଭାରତକୁ ଆଣିବା ନେଇ ସଙ୍କେତ ଦେଇସାରିଛନ୍ତି । ତେବେ ଏଥିପାଇଁ ସ୍ଥିତି ଅନୁକୂଳ ହୋଇପାରିନାହିଁ । ଗତ ବର୍ଷ ତଥାକଥିତ ଭାବେ ଭାରତ କାର ଉପରେ ଲାଗୁଥିବା ଆମଦାନୀ ଶୁଳ୍କ ହ୍ରାସ କରିବା ନେଇ ଟେସଲାର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲା । ଭାରତ ଚାହୁଁଛି ଟେସଲା ସ୍ଥାନୀୟସ୍ତରରେ ବାହନ ନିର୍ମାଣ କରୁ ।  ଟେସଲା କିନ୍ତୁ ଚାହୁଁଛି ପ୍ରଥମେ ଭାରତକୁ କାର ଆମଦାନୀ କରି ଏହାର ପରୀକ୍ଷା ନିରୀକ୍ଷା କରିବା ପାଇଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe