ପୂର୍ବାଞ୍ଚଳ ରାଜପଥ ଉଦଘାଟନ ପ୍ରସଙ୍ଗକୁ ନେଇ ୟୁପି ରାଜନୀତି ସରଗରମ, ପ୍ରଧାନମନ୍ତ୍ରୀ ପହଂଚିବା ପୂର୍ବରୁ ସପା କାର୍ଯ୍ୟକର୍ତ୍ତା କଲେ ଉଦଘାଟନ

632

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁପିର ନବ ନିର୍ମିତ ପୂର୍ବାଞ୍ଚଳ ରାଜପଥ ଉଦଘାଟନ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଉତ୍ତରପ୍ରଦେଶ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସମାଜବାଦୀ ପାର୍ଟିର୍ର କର୍ମକର୍ତ୍ତା ପ୍ରଥମେ ପୂର୍ବାଞ୍ଚଳ ରାଜପଥର ଉଦଘାଟନ କରିଦେଇଛନ୍ତି ।

ଏଭଳି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆୱାସ ନକବି କହିଛନ୍ତି କି ଅଖିଳେଶଙ୍କୁ କଂଗ୍ରେସ ରୋଗ ଧରିଛି । ସେ କହିଛନ୍ତି କି ଅଖିଳେଶ ଭାବୁଛନ୍ତି କି ୟୁପିର ମାଟି ସମାଜବାଦୀ ପାର୍ଟି ଦ୍ୱାରା ପ୍ରସ୍ତୁତ ହୋଇଛି ଓ ଅଖିଳେଶଙ୍କ ପରିବାର ଦୟାରେ ୟୁପିବାସୀ ସେଠାରେ ଚାଲିବାକୁ ସକ୍ଷମ ହୋଇଛନ୍ତି ।

କହିରଖୁ କି, ଦେଶରେ ପ୍ରଥମଥର ପାଇଁ ୟୁପିର ପୂର୍ବାଞ୍ଚଳରେ ନିର୍ମାଣ ହୋଇଥିବା ଏହି ରାଜପଥରେ ୩.୨ କିଲୋମିଟର ଲମ୍ବା ଏକ ବିମାନ ଅବତରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏଠାରେ ଲୋକମାନେ ଏୟାର ସୋ ଦେଖିପାରିବେ ବୋଲି କୁହାଯାଉଛି । ଏହି ରାଜପଥର ମୋଟ ଲମ୍ବ ୩୪୧ କିଲୋମିଟର ରହିଛି ।