ଜୁନ ୧୩ରୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଇଟାଲୀଗସ୍ତ । ଆପୁଲିଆରେ ଆୟୋଜିତ ଜି-ସେଭନେ ସମ୍ମିଳନୀରେ ହେବେ ସାମିଲ

161

କନକ ବ୍ୟୁରୋ : ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ ବିଦେଶ ଗସ୍ତ କରିବେ । ୧୩ ତାରିଖ ଅର୍ଥାତ ଗୁରୁବାରଠୁ ମୋଦୀଙ୍କ ଇଟାଲୀଗସ୍ତ ଆରମ୍ଭ ହେଉଛି ।ଏଠାରେ ଆୟୋଜିତ ହେବାକୁ ଥିବା ଜି ସେଭେନ ସମ୍ମିଳନୀରେ ଯୋଗ ଦେବେ । ଏଥିସହ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଇଟାଲୀରେ ୫୦ତମ ଜି ସେଭନେ ସମ୍ମିଳନୀ ଆୟୋଜିତ ହେବ । ଭାରତ ସହ ଗ୍ଲୋବାଲ ସାଉଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱର ବଡ ନେତାଙ୍କ ସହ ଯୋଡି ହେବାକୁ ଏହା ମୌକା ।