୧୭ରେ ସରିବ କି ଦେଶବ୍ୟାପୀ ଲକଡାଉନ୍? ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଉପରେ ନଜର; ଅର୍ଥନୀତିକୁ ସ୍ୱାଭାବିକ କରିବା ପାଇଁ ହୋଇପାରେ ବଡ଼ ନିଷ୍ପତି

Advertisment
୧୭ରେ ସରିବ କି ଦେଶବ୍ୟାପୀ ଲକଡାଉନ୍? ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଉପରେ ନଜର; ଅର୍ଥନୀତିକୁ ସ୍ୱାଭାବିକ କରିବା ପାଇଁ ହୋଇପାରେ ବଡ଼ ନିଷ୍ପତି

କନକ ବ୍ୟୁରୋ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୭ ତାରିଖରେ ଲକ୍ ଡାଉନର ତୃତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ଏହା ପରେ ସୃଷ୍ଟି ହେବାକୁ ଥିବା ସ୍ଥିତି ନେଇ ଆଲୋଚନା ହେବ ବୋଲି ଚର୍ଚା ହେଉଛି । ଭିଡିଓ କନ୍ଫରେନ୍ସ ିଂ ଜରିଆରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏବଂ ସବୁ ରାଜ୍ୟର ସ୍ଥିତି ନେଇ ଆଲୋଚନା କରିବା ସମ୍ଭାବନା ରହିଛି । ଏହା ତାଲା ବନ୍ଦ ଅବଧୀ ମଧ୍ୟରେ ଏଯାଏଁ ୪ ଥର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସାରିଛନ୍ତି ।

publive-image

ସାରା ଦେଶରେ ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ଏବଂ ସେନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର ଆଲୋଚନାରେ ଅର୍ଥନୈତିକ ସ୍ଥିତି ମଧ୍ୟ ପ୍ରମୁଖ ପ୍ରସଙ୍ଗ ହେବ ବୋଲି କୁହାଯାଉଛି । କାରଣ ତିନି ପର୍ଯ୍ୟାୟ ଲକ୍ଡାଉନ୍ ସାରାଦେଶରେ ଅର୍ଥନୀତିକୁ ବିଗାଡି ଦେଇଛି । କେମିତି ଧିରେ ଧିରେ ଅର୍ଥନୀତିକୁ ସରକାର ଖୋଲିବେ ଏବଂ କରୋନା ସହ ଲଢେଇ ମଧ୍ୟ ଜାରି ରହିବ, ଉଭୟ ଦିଗକୁ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe