ଶାରୀରିକ କାର୍ୟ୍ୟକଳାପ ଏବଂ କ୍ରୀଡ଼ାକୁ ନାଗରିକମାନଙ୍କର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବାକୁ ଗୁରୁବାର ଦିନ ‘ଖେଳ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରିବେ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ଭାଷଣ ଦେବେ ଏବଂ ଅଂଶଗ୍ରହଣକାରୀଙ୍କୁ ଫିଟନେସ୍ ଶପଥ ପାଠ କରାଇବେ।
ପୂର୍ବାହ୍ନ ୧୦ ଟାରୁ ୧୧ ଟା ମଧ୍ୟରେ ଏହି କାର୍ୟ୍ୟକ୍ରମର ସିଧା ପ୍ରସାରଣ କରିବ ଦୂରଦର୍ଶନ। ନିରାମୟ ଜୀବନଯାପନ କରିବାକୁ ଫିଟ୍ ରହିବାର ଉପକାରିତା ସଂକ୍ରାନ୍ତରେ ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସୂଚନା ପ୍ରଦାନ କରିବ। ‘ଫିଟ୍ ଇଣ୍ଡିଆ ଅଭିଯାନ’ ରେ ଅଂଶଗ୍ରହଣ କରିବାକୁ ସଦ୍ୟତମ ‘ମନକି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ କହିଥିଲେ। ସେ କହିଥିଲେ : ମହିଳା, ପିଲା, ଯୁବ ଓ ବୃଦ୍ଧ ନିର୍ବିଶେଷରେ ଏହି ଅଭିଯାନ ମଜାଦାର ହେବ। ଆଜି ପ୍ରତ୍ୟେକ ୧୦, ୦୦୦ ପାହୁଣ୍ଡ ଚାଲିବାକୁ ସମସ୍ତ କର୍ମଚାରୀ ଏବଂ ଶିକ୍ଷାର୍ଥୀମାନଙ୍କୁ କହିବାକୁ ଏବଂ ଏହାକୁ ଦୈନନ୍ଦିନ ରୁଟିନରେ ରଖିବାକୁ ବୁଧବାର ଦିନ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ୍ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ କହିଛି। “ଫିଟ୍ ଇଣ୍ଡିଆ ଅଭିଯାନ”’ର ଉଦଘାଟନ କାର୍ଯ୍ୟକ୍ରମ ଦେଖିବାକୁ/ଶୁଣିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସିବିଏସଇ ତା’ର ଅନୁବନ୍ଧିତ ସ୍କୁଲମାନଙ୍କୁ ନିର୍ଦେଶ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Modi-Yoga-1.jpg)
/kanak/media/post_attachments/wp-content/uploads/2019/08/pm_narendra_modi_fit_india_movement_1567033819-300x169.jpg)