ମୋଦୀଙ୍କ ‘ମନ କି ବାତ୍’ରେ କଳାହାଣ୍ଡିର ଔଷଧୀୟ ବୃକ୍ଷ ଚାଷୀ ପତାୟତ ସାହୁ, ପ୍ରଧାନମନ୍ତ୍ରୀ ଏମିତି କଲେ ପ୍ରଶଂସା

122

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଦେଶବାସୀଙ୍କୁ ନଦୀର ସୁରକ୍ଷା ଓ ଓଷଧୀୟ ବୃକ୍ଷ ବାବଦରେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ୮୧ ତମ ଅଧ୍ୟାୟରେ ସେ ଓଡିଶାର କଳାହାଣ୍ଡିର ଔଷଧୀୟ ବୃକ୍ଷ ଚାଷୀ ପତାୟତ ସାହୁଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଥିଲେ କି ପତାୟତ ସାହୁ ଏହି କ୍ଷେତ୍ରରେ ଦୀର୍ଘବର୍ଷ ହେବ କାମ କରୁଛନ୍ତି । ସେ ଅନେକ ଜମିରେ ଏହି ଚାଷ କରି ଦେଶର ଯୁବପୀଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେ କେବଳ ଔଷଧୀୟ ବୃକ୍ଷ ଚାଷ କରୁ ନାହାନ୍ତି । ଏହାକୁ ସେ ପ୍ରକ୍ରିୟାକରଣ ବି କରୁଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତରେ କହିଛନ୍ତି । ଅନ୍ୟପଟେ ଏହି କାମରେ ସେ ୪୦ ଜଣ ମହିଳାଙ୍କୁ କର୍ମ ନିଯୁକ୍ତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ପତାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କି ଚାଷକୁ ପତାୟତ ସାହୁ ଯେଭଳି ସ୍ୱାସ୍ଥ୍ୟକ୍ଷେତ୍ର ସହ ଯୋଡିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ଉଦାହାଣ ପାଲଟିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଥିଲେ କି ଦେଶର ଯୁବପୀଢିଙ୍କୁ ଔଷଧୀୟ ବୃକ୍ଷ ଓ ଆର୍ୟୁବେଦିକ ଔଷଧ ପାଇଁ ଚାରା ଲଗାଇବାକୁ ଆୟୁଷ ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଛୋଟ ଛୋଟ କାହାଣୀ ପ୍ରସ୍ତୁତ କରାଯାଇ ଏଲୋବେରା, ଅଂଳା,ତୁଳସୀ, ନୀମ, ଅଶ୍ୱଗନ୍ଧା ଓ ବ୍ରାହ୍ମୀ ଭଳି ଔଷଧୀୟ ବୃକ୍ଷର ଉପକାରିତା ବାବଦରେ କୁହାଯାଉଛି ।