କନକ ବ୍ୟୁରୋ: ଦୀର୍ଘ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ଏହାକୁ ନେଇ ବିଭିନ୍ନ ଦୃଷ୍ଟିଭଙ୍ଗିରେ ସାରା ଦେଶରେ ଚର୍ଚା ହେଉଥିବା ବେଳେ ଆଜି ନିଜର ମତ ରଖିବେ ପ୍ରଧାନମନ୍ତ୍ରୀ । ଆଜି ନୂଆ ଶିକ୍ଷାନୀତି ଉପରେ ହେଉଥିବା ଏକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିବେ । ଜାତୀୟ ଶିକ୍ଷାନୀତିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ପ୍ରସଙ୍ଗରେ ଏହି କନ୍କ୍ଲେଭ ହେଉଛି ।
At 11 AM on Friday, 7th August, I would be addressing the ‘Conclave on Transformational Reforms in Higher Education under National Education Policy.’
This conclave will emphasise on how the changes in India’s education sector will benefit youngsters. https://t.co/JkYXosI7WF
— Narendra Modi (@narendramodi) August 6, 2020
ଆଜି ଦିନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନିଜ ମତ ରଖିବେ । ଏନେଇ ନିଜେ ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନୂଆ ଶି୭ା ନୀତିରେ ବହୁତ ଗୁଡିଏ ସଂସ୍କାର କରାଯାଇଚି । ବିଶେଷ କରି ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ଆମୂଳଚୂଳ ପରିବର୍ତନର ଆଭାସ ଦିଆଯାଇଛି । ଦକ୍ଷତା ବୃଦ୍ଧି ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷାକୁ ବେଶ୍ ଗୁରୁତ୍ୱ ଦିଆଯାଇଛି । ଗୁଣାତ୍ମକମାନର ଶିକ୍ଷାକୁ ମଧ୍ୟ ନୂଆ ନୀତିରେ ପ୍ରାଧାନ୍ୟ ଦିଆଯାଇଛି ।