ଆହୁରି କଡାକଡି ହେଲା ଲକଡାଉନ କଟକଣା । ଏପ୍ରିଲ ୨୦ ଯାଏଁ ପ୍ରତି ରାଜ୍ୟ, ଜିଲ୍ଲା ଓ ଥାନା ଉପରେ ରହିବ ସରକାରଙ୍କ କଡା ନଜର । ଯେଉଁଠି ନୂଆ ମାମଲା ଆସିବନି ସେଠାରେ କୋହଳ ହୋଇପାରେ କଟକଣା

Advertisment
ଆହୁରି କଡାକଡି ହେଲା ଲକଡାଉନ କଟକଣା । ଏପ୍ରିଲ ୨୦ ଯାଏଁ ପ୍ରତି ରାଜ୍ୟ, ଜିଲ୍ଲା ଓ ଥାନା ଉପରେ ରହିବ ସରକାରଙ୍କ କଡା ନଜର । ଯେଉଁଠି ନୂଆ ମାମଲା ଆସିବନି ସେଠାରେ କୋହଳ ହୋଇପାରେ କଟକଣା

କନକ ବ୍ୟୁରୋ: ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କରୋନା ବିରୋଧରେ ଦେଶବ୍ୟାପୀ ଜାରି ହୋଇଥିବା ଲଢେଇକୁ ଆହୁରି କଡାକଡି କରାଯିବା ସହ ତାଲାବନ୍ଦ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏଥି ସହିତ ହିଁ ପରିସ୍ଥିତିକୁ ନଜରରେ ରଖି ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତିଟି ଥାନା ଏବଂ ପ୍ରତିଟି ରାଜ୍ୟକୁ ତନତନ କରି ଯାଂଚ କରାଯିବ ଅର୍ଥାତ୍ ଦେଶର କୌଣସି ବି କ୍ଷେତ୍ରରେ ଯେଭଳି କୌଣସି ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ନ ହୁଅନ୍ତି କିମ୍ବା ଦୁର୍ଭାଗ୍ୟବଶ୍ୟତଃ ମୃତ୍ୟୁବରଣ କରନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ।

ତେଣୁ ଏପ୍ରିଲ ୨୦ ତାରିଖ ଯାଏଁ ତୃଣମୂଳ ସ୍ତରରେ କଡା ନଜର ରଖାଯିବ । ଆଗାମୀ ଏକ ସପ୍ତାହ ଯ।।ଏଁ କରୋନା ବିରୁଦ୍ଧରେ ଜାରି ହୋଇଥିବା ଲଢେଇକୁ ଆହୁରି କଡାକଡି କରାଯିବ । ଏବଂ ଏପ୍ରିଲ ୨୦ ତାରି ଯାଏଁ ପ୍ରତି ଥାନା, ପ୍ରତିଟି ଜିଲ୍ଲା ଏବଂ ରାଜ୍ୟଗୁଡିକ ଉପରେ ସରକାରଙ୍କ କଡା ନଜର ରହିବ । ଏବଂ ପରିସ୍ଥିତିର ସମୀକ୍ଷା କରାଯିବା ପରେ ଲକଡାଉନ କଟକଣାକୁ କୋହଳ କରିବାକୁ ନିଷ୍ପତି କରାଯିବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଲକଡାଉନ କଟକଣାକୁ କେତେ ମାତ୍ରାରେ ପାଳନ କରାଯାଉଛି ଏହାର ମୂଲ୍ୟାଙ୍କନ କରାଯିବ ଆଉ ଯିଏ ଏଥିରେ ସଫଳ ହେବେ ବା ଯେଉଁଠି ହଟସ୍ପଟ ବୃଦ୍ଧି ପାଇ ନାହିଁ ବା ଯେଉଁ ଅଂଚଳରେ କୌଣସି ନୂଆ ମାମଲା ଆସିନଥିବ ସେହି ଅଂଚଳରେ ୨୦ ଏପ୍ରିଲରୁ ସର୍ତମୂଳକ ଭାବେ କିଛି କଟକଣା କୋହଳ କରାଯିବ କିନ୍ତୁ କଟକଣା କୋହଳ ପରେ ଯଦି ନୂଆ ମାମଲା ଆସେ ବା ଲକଡାଉନ କଟକଣା ଯଦି ଉଲ୍ଲଂଘନ ହୁଏ ତେବେ ସେହି ସ୍ଥାନରେ ପୁଣି କଟକଣାକୁ କଡାକଡି କରାଯିବ । ଏନେଇ ଆସନ୍ତାକାଲି ନୂଆ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe