କନକ ବ୍ୟୁରୋ: ୟୁକ୍ରେନ ସଙ୍କଟ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଫୋନ ଯୋଗେ ପୁଟିନଙ୍କ ସହ କଥା ହେଲେ ମୋଦି । ପ୍ରାୟ ୨୫ ମିନିଟ୍ କାଳ କଥା ହେଲେ ମୋଦି । ଆଲୋଚନା ଦ୍ୱାରା ବିବାଦ ସମାଧାନ ପାଇଁ କହିଲେ । ଏହା ସହ ହିଂସାର ପଥ ଛାଡିବାକୁ ପୁଟିନଙ୍କୁ ଅପିଲ କଲେ ମୋଦି । ଏଥିସହ କୂଟନୀତି ଆଧାରରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କୁ ମନ୍ତ୍ର ଦେଲେ ମୋଦି ।

publive-image

ତେବେ ସବୁଠାରୁ ବଡ କଥା ହେଉଛି ଯୁଦ୍ଧ ରୋକିବାକୁ ପୁଟିନଙ୍କୁ ଅନୁରୋଧ କରିଛନ୍ତି ମୋଦି । ଭାରତୀୟଙ୍କ ସୁରକ୍ଷା ପ୍ରସଙ୍ଗ ବି ଆଲୋଚନା ସମୟରେ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । କିଛି ସମୟ ପୂର୍ବରୁ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଯୋଜନା ହେଉଥିବା ଖବର ଆସିଥିଲା । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ପୋଲାଣ୍ଡ ରାସ୍ତା ଦେଇ ଭାରତୀୟ ମାନଙ୍କୁ ଅଣାଯିବ । ତେବେ ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ । ରୋମାନିଆ ଓ ସ୍ଲୋଭାକିଆ ରାସ୍ତା ଦେଇ ମଧ୍ୟ ଭାରତୀୟଙ୍କୁ ୟୁକ୍ରେନ ସୀମାରୁ ଉଦ୍ଧାର କରାଯିବ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ କରି ସୂଚନା ଦେଇଛି ।