ମାଡି ଆସୁଛି ବାତ୍ୟା ଗୁଲାବ, ସୁରକ୍ଷା ଓ ପ୍ରସ୍ତୁତି ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

50

କନକ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଲାବ ଆସନ୍ତାକାଲି ସକାଳେ କଳିଙ୍ଗପଟ୍ଟନମ୍ ଠାରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୦୦ କିଲୋମିଟର ଉପରେ ରହିବ ବୋଳି ଆଇଏମଡି ସତର୍କ କରାଇଛି । ଏହାର ପ୍ରଭାବ ବିଶେଷ ଭାବେ ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପଡିବ ବୋଲି କୁହାଯାଇଛି । ଏନେଇ ଉଭୟ ଓଡିଶା ଓ ଆନ୍ଧ୍ର ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରୁ ଲୋକମାନଙ୍କୁ ଉଚ୍ଚ ସ୍ତାନକୁ ସ୍ଥାନାନ୍ତର କରାଯାଉଛି । ଲୋକମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଷ୍ଟୋର କରାଯାଉଛି । ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । ଏହାରି ମଧ୍ୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆନ୍ଧ୍ରପ୍ରଦେଶରେ ବାତ୍ୟାର ପ୍ରସ୍ତୁତି ଓ ଆବଶ୍ୟକ ସହାୟତା ନେଇ ପ୍ରଧାନମନ୍ତ୍ରୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି କେନ୍ଦ୍ର ତରଫରୁ ଯାହା ସହାୟତା ଆବଶ୍ୟକ ତାହା ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେଭଳି ବି ହେଉ ବାତ୍ୟାରେ କୌଣସି ଜୀବନ ଯେଭଳି ନଷ୍ଟ ନହୁଏ ତା ଉପରେ ଗୁରୁତ୍ୱ ଦେବାକୁ ସେ ରେଡ୍ଡୀଙ୍କୁ ପରାମର୍ଶ ଦେଇଛନ୍ତି ।

 

ଏହି ବାତ୍ୟାନେଇ ଆଇଏମଡି ଡିଜିଙ୍କ ସୂଚନା ମୁତାବକ ଏହା ସାଇକ୍ଲୋମଷ୍ଟ୍ରମର ରୂପ ନେଇ ସାରିଛି । ବାତ୍ୟା ଗୋଲାବ ଏବେ ସମୁଦ୍ର ଭିତରେ ଘଂଟା ପ୍ରତି ୧୯ କିଲୋମିଟର ବେଗରେ ମାଡି ଆସୁଛି ।