ଭାରତରେ ବୁର୍କା ପିନ୍ଧିବା ଉପରେ ରୋକ୍ ଲଗାଇବାକୁ ଦାବି କଲା ଶିବସେନା : କହିଲା, ସର୍ଜିକାଲ ଷ୍ଟ୍ରାଇକ ଭଳି ଏଥିରେ ମଧ୍ୟ ମୋଦି ସାହସ ଦେଖାନ୍ତୁ ଓ ବୁର୍କା ବ୍ୟାନ୍ କରନ୍ତୁ

171

ଶିବସେନାର ମୁଖପତ୍ର ‘ସାମନା’ରେ ବୁର୍କା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ‘ସାମନା’ରେ ଲେଖା ଅଛି କି, ଭୀଷଣ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବୁର୍କା ଓ ନକାବ ସହିତ ଚେହେରା ଢ଼ାଙ୍କିବା ଭଳି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ରାଷ୍ଟ୍ରର ସୁରକ୍ଷା ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି ବୋଲି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଘୋଷଣା କରିଛନ୍ତି । ଆମେ ଏହି ନିର୍ଣ୍ଣୟକୁ ସ୍ୱାଗତ କରୁଛୁ । ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ପଦକ୍ଷେପ ନେଇ ଭାରତରେ ମଧ୍ୟ ବୁର୍କା ଓ ସେହି ପ୍ରକାରର ମୁହଁ ଢ଼ାଙ୍କୁଥିବା ଜିନିଷକୁ ବନ୍ଦ କରନ୍ତୁ, ଏମିତି ଦାବି ରାଷ୍ଟ୍ରର ହିତ ପାଇଁ କରୁଛୁ ।

ଆହୁରି ମଧ୍ୟ ଲେଖା ହୋଇଛି କି, ଫ୍ରାନ୍ସରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାକାର ସରକାର ବୁର୍କା ପିନ୍ଧିବା ଉପରେ ରୋକ ଲଗାଇଦେଲେ । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିୟା ଓ ବ୍ରିଟେନରେ ବି ଏହା ହୋଇଛି । ପୁଣି ଏହି ପ୍ରସଙ୍ଗରେ ହିନ୍ଦୁସ୍ତାନ ପଛରେ କାହିଁକି ? ଏମିତିରେ ଅସଂଖ୍ୟ ମୁସଲିମ୍ ଯୁବତୀ ବୁର୍କା ନପିନ୍ଧିବାକୁ ଚାହୁଁଛନ୍ତି । ଆଉ ଗୋଟିଏ କଥା ବୁର୍କା ବାହାନାରେ ନିଶ୍ଚିତ ରୂପେ କିଛି ନା କିଛି ଷଡଯନ୍ତ୍ର ହେଉଛି । ଏହାର ଅନୁମାନ ଲଗାଯାଇପାରିବ ନାହିଁ ।