ମୋଦିଙ୍କ ମନକୁ ଛୁଇଁଲା ଦେଶୀ ଯୁବକଙ୍କ ମହାଦେବ ଗୀତ, ଟ୍ୱିଟ୍ କରି ଖୋଦ୍ ପ୍ରଧାନମନ୍ତ୍ରୀ କଲେ ଭାଇରାଲ୍ ।

257

ଜାଗର ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇ ଯୁବକ ଗାଉଥିବା ମହାଦେବଙ୍କ ମନଛୁଆଁ ଗୀତ । ଯାହାକୁ ଟ୍ୱିଟର ପେଜରେ ସେୟାର କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ କିଏ ଏହି ଦୁଇ ଯୁବକ, ଏମାନଙ୍କର ପରିଚୟ କଣ? ଏସବୁ ବାବଦରେ କିଛି ଜଣାନଥିଲେ ବି ପ୍ରଧାନମନ୍ତ୍ରୀ ମୋଦି ଏହି ଗୀତକୁ ତାଙ୍କ ଟ୍ୱିଟର ପେଜରେ ସେୟାର କରିବା ପରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଛନ୍ତି ଏହି ଦୁଇ ଯୁବକ । ଅଜଣା ଅଚିହ୍ନା ଯୁବକ ଏବେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ଏହି ଦୁଇ ଯୁବକଙ୍କ ଗୀତ ଶୁଣିଲେ ଆପଣ ମଧ୍ୟ ମନ୍ତ୍ରମୁଗ୍ଧ ହୋଇଯିବେ ।


ଦୁଇ ଯୁବକଙ୍କ ଗୀତକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିବା ପରେ ପୂରା ଦେଶରୁ ଏମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଆଉ ଏବେ ଏହି ଦୁଇ ଯୁବକଙ୍କୁ ଖୋଜିବା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ମାତ୍ର ୨୦ ଘଣ୍ଟା ମଧ୍ୟରେ ଏହି ୫ଲକ୍ଷରୁ ଅଧିକ ଲୋକ ଦେଖି ସେୟାର କରିସାରିଲେଣି ।

Comments are closed.