ଜାଗର ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇ ଯୁବକ ଗାଉଥିବା ମହାଦେବଙ୍କ ମନଛୁଆଁ ଗୀତ । ଯାହାକୁ ଟ୍ୱିଟର ପେଜରେ ସେୟାର କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ କିଏ ଏହି ଦୁଇ ଯୁବକ, ଏମାନଙ୍କର ପରିଚୟ କଣ? ଏସବୁ ବାବଦରେ କିଛି ଜଣାନଥିଲେ ବି ପ୍ରଧାନମନ୍ତ୍ରୀ ମୋଦି ଏହି ଗୀତକୁ ତାଙ୍କ ଟ୍ୱିଟର ପେଜରେ ସେୟାର କରିବା ପରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଛନ୍ତି ଏହି ଦୁଇ ଯୁବକ । ଅଜଣା ଅଚିହ୍ନା ଯୁବକ ଏବେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି । ଏହି ଦୁଇ ଯୁବକଙ୍କ ଗୀତ ଶୁଣିଲେ ଆପଣ ମଧ୍ୟ ମନ୍ତ୍ରମୁଗ୍ଧ ହୋଇଯିବେ ।
ଦୁଇ ଯୁବକଙ୍କ ଗୀତକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିବା ପରେ ପୂରା ଦେଶରୁ ଏମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଆଉ ଏବେ ଏହି ଦୁଇ ଯୁବକଙ୍କୁ ଖୋଜିବା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ମାତ୍ର ୨୦ ଘଣ୍ଟା ମଧ୍ୟରେ ଏହି ୫ଲକ୍ଷରୁ ଅଧିକ ଲୋକ ଦେଖି ସେୟାର କରିସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/21-7.jpg)