ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ

431

କନକ ବ୍ୟୁରୋ : ଭଜନ ଗାୟିକାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା । ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଂଶସା କରିବା ସହ ସେ ଗାଇଥିବା ଗୀତ ରାମ ଆୟେଙ୍ଗର ୟୁଟ୍ୟୁବ ଲିଙ୍କକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ରିଲିଜ ହୋଇଥିବା ଭଜନ ଗୀତ ରାମ ଆୟେଙ୍ଗେ ବେଶ ଚର୍ଚ୍ଚା ସାଉଁଟୁଛି । କ୍ରମଶ ଏହା ଲୋକପ୍ରିୟ ହେବା ସହ ମୋଦୀଙ୍କକୁ ମଧ୍ୟ ମନ୍ତ୍ର ମୁଗ୍ଧ କରିଛି । ସୋସିଆଲ ମିଡିଆରେ ଗୀତର ଲିଙ୍କକୁ ସେୟାର କରି ବେଶ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚର୍ଚ୍ଚା ହେଉଛି ଅଯୋଧ୍ୟା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଏହି ଗୀତ ପରିବେଶଷଣ କରାଯାଇପାରେ । ବିହାରର ବାସିନ୍ଦା ସ୍ୱାତି ମିଶ୍ର ଜଣେ ଭଜନ ଗାୟିକା । ଅନେକ ଭଜନ ଗାଇ ରାତାରାତି ସେ ଲୋକପ୍ରିୟ ହୋଇପାରିଛି । ତେବେ ରାମ ଆୟେଙ୍ଗେ ଭଜନ ବର୍ତମାନ ଯେତିକି ଲୋକପ୍ରିୟ ହୋଇପାରିଛି ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ମୋଦୀ ଗୀତର ଲିଙ୍କକୁ ସେୟାର କରିବା ପରେ ଏହା ଅଧିକ ଲୋକପ୍ରିୟ ହେବାରେ ଲାଗିିଛି ।