କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଦେଖାଦେଇଥିବା ଅବ୍ୟବସ୍ଥା ମାମଲା ଥମିବାରେ ନାଁ ନେଉନି । ଏହା ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ଚାଲିଥିବା ବେଳେ ପଞ୍ଜାବ ପୋଲିସ ବି ଏହି ମାମଲାକୁ ନେଇ ଅଭିଯୋଗ ଦାଖଲ କରିଛି । ଏହା ବ୍ୟତୀତ ଆଜି ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ ଏକ ଟିମ୍ ଫିରୋଜପୁର ପହଂଚିଛନ୍ତି । ଏହି ଟିମ୍ ଫିରୋଜପୁରର ଉପ କମିଶନରଙ୍କ ସହ ବୈଠକ କରିବେ ।

Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବ୍ୟବସ୍ଥା ନେଇ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ଏନବି ରମନ୍ନାଙ୍କ ସମକକ୍ଷ ଏକ ମେସନ ଗଠନ କରାଯାଇଥିଲା । ସୂଚନା ମୁତାବକ ସିନିୟର ଆଡୋକେଟ ମନିନ୍ଦର ସିଂ ଏହି ମାମଲା ସହିତ ଜଡିତ ଯାଚିକା ଗୁରୁବାର ଦିନ ସୁପ୍ରିମ କୋର୍ଟରେ ଦାଖଲ କରିଥିଲେ ଯାଚିକାରେ କୁହାଯାଇଛି କି ସୁରକ୍ଷାରେ ଏଭଳି ତୃଟିକୁ ସ୍ୱିକାର କରାଯାଇପାରିବ ନାହିଁ । ଯାଚିକାରେ ଆଡଭୋକେଟ ମନନ୍ଦିର ସିଂ ପଞ୍ଜାବ ସରକାରଙ୍କୁ ଉଚିତ ନିର୍ଦ୍ଦେଶ ଦେବା ଓ ଏଥିପାଇଁ ଉତ୍ତରଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ କୋର୍ଟରେ ଦାବି ଜଣାଇବା ସହ ଏଭଳି ତୃଟି ଆଗକୁ କିଭଳି ନହେବ ସେନେଇ ସୁପ୍ରିମ କୋର୍ଟ ଏକ ଗାଇଡ ଲାଇନ ଆଣବାକୁ ସେ ଦାବି କରିଛନ୍ତି ।

ସେପଟେ ଗୃହମନ୍ତ୍ରଣାଳୟର ଟିମ୍ ପଞ୍ଜାବରେ ପହଂଚିବା ପୂର୍ବରୁ ପଞ୍ଜାବ ସରକାର ଗୁରୁବାର ରାତିରେ ନିଜର ଜବାବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ଦେଇଛନ୍ତି । କୁହାଯାଉଛି କି ପଞ୍ଜାବ ସରକାରଙ୍କ ମୁଖ୍ୟ ସଚିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ଦେଖା ଦେଇଥିବା ଅବ୍ୟବସ୍ଥାର କାରଣ ତଥ୍ୟ ସହିତ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିକଟକୁ ପଠାଇ ଦେଇଛନ୍ତି ।

କହିରଖୁ କି ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଫିରୋଜପୁର ଠାରେ ଏକ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ଫିରୋଜପୁରରୁ ୩୦ କିଲୋମିଟର ପୂର୍ବରୁ ଏକ ବ୍ରିଜ ଉପରେ ତାଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ସେଠାରେ ୨୦ ମିନିଟ ଅଟକି ରହିବା ପରେ ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦର ଫେରି ଆସିଥିଲେ ।