କୃଷକଙ୍କୁ ଭୂଆଁ ବୋଲାଉଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ , ଏମ୍ ଏସ୍ ପି ଓ ମଣ୍ଡିକୁ ନେଇ କୃଷକ ମାନଙ୍କୁ ଭୂଲତଥ୍ୟ ଦିଆଯାଉଛି !

କୃଷକଙ୍କୁ ଭୂଆଁ ବୋଲାଉଛନ୍ତି ବିରୋଧୀ : ପ୍ରଧାନମନ୍ତ୍ରୀ , ଏମ୍ ଏସ୍ ପି ଓ ମଣ୍ଡିକୁ ନେଇ କୃଷକ ମାନଙ୍କୁ ଭୂଲତଥ୍ୟ ଦିଆଯାଉଛି !

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି କିଶାନ ବିଧେୟକ କୁ ବିରୋଧ ପ୍ରସଙ୍ଗରେ ସରକାରଙ୍କ ପକ୍ଷ ସ୍ପଷ୍ଟ କରିଛନ୍ତି । ଆଜି କିଛି ଯୋଜନାର ଶୁଭାରମ୍ଭ କରିବାକୁ ବିହାର ପହଂଚିଥିବା ମୋଦି କହିଛନ୍ତି କି କୃଷକ ଓ ଗ୍ରାହକଙ୍କ ମଧ୍ୟରେ ଥିବା ଦୂରତା ଏହି ବିଲ ମାଧ୍ୟମରେ କମିବ । ଫଳରେ କୃଷକଙ୍କ ରୋଜଗାରର ଏକ ବଡ ଭାଗ ଯେଭଳି ଭାବେ ବେପାରୀ ମାନେ ଲୁଟ୍ କରୁଥିଲେ ତାହାକୁ ରୋକିବାରେ ଏହି ବିଲ୍ ସହାୟକ ହେବ । ସେ ଆହୁରି କହିଛନ୍ତି କି ଏହି ୩ ଟି ବିଲ୍ କୃଷକ ମାନଙ୍କ ପାଇଁ ରକ୍ଷା କବଚ ଭଳି କାମ କରିବ ।

ଅନ୍ୟପଟେ ବିରୋଧୀ ମାନେ କହିଥିବା କଥା ଯାହାକି ଏହି ବିଲ ପାରିତ ହେବା ପରେ ସରକାର କୃଷକ ମାନଙ୍କ ଠାରୁ ଶଷ୍ୟ କିଣିବେ ନାହିଁ ବା ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବେ ନାହିଁ ଏହାକୁ ବିରୋଧୀଙ୍କ ମନଗଢା କାହାଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ଭଳି ସରକାରୀ ମଣ୍ଡି ଚାଲୁରହିବ ଓ କୃଷକ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe