ମୋଦିଙ୍କୁ ଘାରିଲା ‘କରୋନା’ ଭୟ ! କରୋନା ଭାଇରସ ପାଇଁ ଏଥର ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ । ବିଶେଷଜ୍ଞଙ୍କ ପରାମର୍ଶ ପରେ ନିଷ୍ପତି ନେଲେ ମୋଦି

998

କନକ ବ୍ୟୁରୋ: କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ହୋଲି ଖେଳିବେନି ବୋଲି ଟୁଇଟ କରିଛନ୍ତି । ଭିଡରୁ ଦୁରେଇ ରହିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି ବୋଲି ମୋଦି ଟୁଇଟ କରିଛନ୍ତି । ସେଥିପାଇଁ ହୋଲି ମିଳନ ଉତ୍ସବରେ ସେ ସାମିଲ ହେବେନି । ଆସନ୍ତା ସପ୍ତାହରେ ସାରା ଦେଶରେ ହୋଲି ଉତ୍ସବକୁ ଏଥର କରୋନା ଫିକା କରିଦେଇପାରେ । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର କାଶ, କଫ ଏବଂ ଅତି ନିକଟତର ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ସଂକ୍ରମିତ ବ୍ୟକ୍ତିର କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ପାଖ ଲୋକଙ୍କୁ ସଂକ୍ରମିତ କରିପାରିବାର ଆଶଙ୍କା ରହିଛି । ମୋଦିଙ୍କ ହୋଲି ଟୁଇଟ ପରେ ହୋଲି ଖେଳର ରଂଗ ଏଥର ଫିକା ପଡିବାର ସମ୍ଭାବନା ରହିଛି ।

ଅନ୍ୟପଟେ ଦିଲ୍ଲୀରୁ ହାଇଦ୍ରାବାଦକୁ ଡେଇଁଲା ଚାଇନା ଭାଇରସ୍ । ହାଇଦ୍ରାବାଦର ୩୬ ରୁ ୮୮ ଜଣ କରୋନା ଭାଇରସ୍ ସଂକ୍ରମିତ୍ ହୋଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରୁ ୪୫ଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଏମାନେ ସମସ୍ତେ ଦୁବାଇରୁ ଫେରିଥିବା ହାଇଦ୍ରାବାଦର କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାଙ୍ଗାଲୋରରୁ ହାଇଦ୍ରାବାଦ ଫେରିବାବେଳେ ବସ୍ରେ ଥିବା ୩୬ ଜଣ ଯାତ୍ରୀ । ତେବେ ସେମାନେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ଜଣାପଡିନାହିଁ । ଏପର୍ଯ୍ୟନ୍ତ ସେମାନଙ୍କ ରକ୍ତନମୁନାରୁ କରୋନା ପଜିଟିଭ ଆସିନାହିଁ । କିନ୍ତୁ ସେମାନେ କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବଂ କେତେକ ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଛି ।

ସେହିଭଳି ଦିଲ୍ଲୀରେ କରୋନା ଭାଇରସ ଆତଙ୍କ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି । ସନ୍ଦିଗ୍ଧଙ୍କୁ ଯାଂଚ କରାଯାଉଛି । ସେପଟେ ଦିଲ୍ଲୀ ନୋଏଡାର ଏକ ସ୍କୁଲରେ କରୋନା ଭାଇରସ ଖବର ଆସିବା ପରେ ମୁଖ୍ୟ ମେଡିକାଲ ଅଫିସର ପହଂଚି ଯାଂଚ କରିଛନ୍ତି । ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଦିଲ୍ଲୀ –ଏନସିଆରରେ ୫ଟି ସ୍କୁଲ ବନ୍ଦ ରହିଛି । ଦିଲ୍ଲୀ, ଜୟପୁର ଓ ତେଲେଙ୍ଗାନାରେ ପରେ ଆଗ୍ରାର କିଛି ସନ୍ଦିଗ୍ଧଙ୍କୁ ଦିଲ୍ଲୀ ଅଣାଯାଇଛି । ଆଗ୍ରାରେ ୬ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । କରୋନାର ମୁକାବିଲା ପାଇଁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଦିଲ୍ଲୀର ୨୫ଟି ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥ ସହ ଔଷଧ ଓ ଉପକରଣ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।