ଜୁଲାଇ ୧୫ ରେ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ । ୧୫ ହଜାର କୋଟି ଟଙ୍କା ଯୋଜନାର କରିବେ ଶିଳାନ୍ୟାସ

159

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୫ ତାରିଖରେ ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ଏହି ଗସ୍ତ ସମୟରେ ସେ କାଶୀରେ ୧୫ ହଜାର କୋଟି ଟଙ୍କାର ଯୋଜନାକୁ ଶିଳାନ୍ୟାସ କରିବେ । ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ପ୍ରଧାନମନ୍ତ୍ରୀ ଜାପାନୀ ପ୍ରତିନିଧି ଦଳର ଉପସ୍ଥିତିରେ ୫୫୦ ଜଣ ଜ୍ଞାନୀ ଲୋକଙ୍କ ସହ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ କାଶୀରେ ପାଖା ପାଖି ୫ ଘଂଟା ରହିବେ । ଏହି କ୍ରମରେ ବନାରଶ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଆଇଆଇଟି ମୈଦାନରେ ୪ ହଜାରରୁ ଅଧିକ ଲୋକଙ୍କୁ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଏମସିଏଚ ୱିଙ୍ଗର ଜାଚ୍ଚା ବଚ୍ଚା କେନ୍ଦ୍ର ଉଦଘାଟନ କରିବ ଏବଂ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରୁ ଭାରତ-ଜାପାନ ବନ୍ଧୁତାର ବାର୍ତ୍ତା ମଧ୍ୟ ପ୍ରସାରିତ କରିବେ, ଏବଂ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରୁ ଭାରତ-ଜାପାନ ବନ୍ଧୁତାର ବାର୍ତ୍ତା ମଧ୍ୟ ପ୍ରସାରିତ କରିବେ ।

ଆପଣଙ୍କୁ କହିରଖୁ କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୭୫୦ କୋଟି ଟଙ୍କାର ଯୋଜନାର ଲୋକାର୍ପଣ କରିବେ ଓ ୪୦ କୋଟିର ଯୋଜନାକୁ ଶିଳାନ୍ୟାସ କରିବେ । ଏହି ଯୋଜନା ମଧ୍ୟରେ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ଯୋଜନା ବି ସାମିଲ ଅଛି ।

ଯଦି ରୂଦ୍ରାକ୍ଷ ଉପରେ ଆଲୋଚନା କରାଯାଏ ତେବେ ଭାରତ-ଜାପାନ ସଂପର୍କରେ ଏହା ଏକ ପ୍ରତୀକ । କେନ୍ଦ୍ର ସରକାରଙ୍କ ଯୋଜନା ଅଧିନରେ ୩ ଏକର ଜମିରେ ପ୍ରସ୍ତୁତ ହୋଇଥିବା ବିଲ୍ଡିଂରେ ଆଲୁମିନିୟମର ରୂଦ୍ରାକ୍ଷ ପ୍ରସ୍ତୁତ କରାଯାଉଛି । ଏହି ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହାସହ ୧୨୦୦ ଲୋକ ଏକା ସାଙ୍ଗରେ ବସିବାର ସୁବିଧା ରହିଛି । ଲୋକମାନେ ଏହି ବିଲ୍ଡିଂରେ ସଙ୍ଗୀତ, କଳା, ନାଟକ ର ମଜା ନେଇ ପାରିବେ । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏଠାକୁ ଆସିଥିଲେ ଓ ସେହି ସମୟରେ ଏହି ବିଲ୍ଡିଂର ଶୁଭ ଦିଆଯାଇଥିଲା ।