କନକ ବ୍ୟୁରୋ: ଜି-୭ ସମ୍ମିଳନୀ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶ୍ୱ ନେତାଙ୍କୁ ଭେଟି କଲେ ଦ୍ୱିପାକ୍ଷିକ ବୈଠକ । ଟେକ୍ନୋଲୋଜି ଅପବ୍ୟବହାର ରୋକିବା ସହ ଟେକ୍ନୋଲୋଜିର ଲାଭ ସସସ୍ତଙ୍କୁ ଯେପରି ମିଳିବ ତାହା ସୁନିଶ୍ଚିତ କରିବାକୁ ବିଶ୍ୱନେତାଙ୍କ ସହ ଆଲୋଚନା କରିଛନ୍ତି ମୋଦୀ ।

Advertisment

ଟେକ୍ନୋଲୋଜି ଧ୍ୱଂଶକାରୀ ନୁହେଁ ସୃଷ୍ଟିକାରୀ ହେବା ଆବଶ୍ୟକ ବୋଲି ଇଟାଲିର ପପୁଆ ହିଲ ଟାଉନରେ ଅନୁଷ୍ଠିତ ଜି-୭ ଶୀଖର ସମ୍ମିଳନୀରେ କହିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜଆ ମେଲୋନିଙ୍କ ଦ୍ୱିପାକ୍ଷୀକ ଆଲୋଚନା କହିଥିଲେ । ସେହିପରି ପୋପ ଫ୍ରାନ୍ସିସ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ୟୁକ୍ରେନ ରାଷ୍ଟପତି ଭୋଲଦାମିର ଜେଲେନସ୍କି, କାନାଡାର ପ୍ରତିପକ୍ଷ ଜଷ୍ଟିନ ଟ୍ରୁେଡୋଙ୍କ ସହ ଆଲୋଚନା କରିଥିଲେ ।