କନକ ବ୍ୟୁରୋ : ଚାଷୀଙ୍କ ଆକାଉଂଟକୁ ଗଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ନବମ କିସ୍ତି । ୯ କୋଟି ୭୫ ଲକ୍ଷ କୃଷକଙ୍କ ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଜମା ହୋଇଛି । ମୋଟ୍ ୧୯ ହଜାର ୫୦୦ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ଯାଇଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ତିନିଟି କିସ୍ତିରେ ଏହି ଅର୍ଥ ଦିଆଯାଉଛି । ସରକାର ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରୁଛନ୍ତି ।

Advertisment