କନକ ବ୍ୟୁରୋ : ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାକୁ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଶ୍ଚିମବଙ୍ଗର ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ ଅବସରର ବୀରଭୂମ ହିଂସାକାଣ୍ଡକୁ ନେଇ ମୋଦୀ କହିଛନ୍ତି, ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ । ଭିଡିଓ କନଫରେନସିଂ ଜରିଆରେ ମୋଦୀ ଉପସ୍ଥିତ ରହି ଗ୍ୟାଲେରୀର ଉଦଘାଟନ କରିଛନ୍ତି । ସେହିପରି ଏହାକୁ ନେଇ କୋଲକାତା ହାଇକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ଜାଗାରେ ହିଂସା ହୋଇଛି ସେହି ସ୍ଥାନର ଭିଡିଓ ରେକର୍ଡିଂ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ଜଜଙ୍କ ତତ୍ୱାବଧାନରେ ଏହାର ରେକର୍ଡିଂ ହେବା ଦରକାର ବୋଲି କୋଲକାତା ହାଇକୋର୍ଟ କହିଛନ୍ତି । ଏଥିସହ କୌଣସି ପରିସ୍ଥିତିରେ ପ୍ରମାଣ ନଷ୍ଟ କରାଯାଇପାରିବନି ବୋଲି କହିଛନ୍ତି । ଆସନ୍ତାକାଲି ଅପରାହ୍ନ ୨ଟାରେ ଏ ନେଇ ପୁଣିଥରେ ଶୁଣାଣି ହେବ ବୋଲି ଜଣାପଡିଛି । ସେପଟେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବୀରଭୂମରେ ପହଂଚିଛନ୍ତି । ରାଜ୍ୟ ସରକାରଙ୍କ ଏସଆଇଟି ଗ୍ରହଣୀୟ ନୁହେଁ । ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Narendra-Modi-4-770x433.jpg)