ଦିଲ୍ଲୀରେ ଏନସିସିର ଭବ୍ୟ ରାଲି : ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

କ୍ୟାଡେଟଙ୍କୁ ପ୍ରଂଶସା କରି କହିଲେ, ଯୁବକଙ୍କ ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଅନୁଶାସନ ଦେଶରେ ଆଣିବ ବୃହତ ବିକାଶ, ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପରିଧାନ

91

ଦିଲ୍ଲୀରେ ଆୟୋଜିତ ହୋଇଛି ନ୍ୟାଶନାଲ କ୍ୟାଡେଟ କପ୍ସ ବା ଏନସିସି ଭବ୍ୟ ରାଲି । ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା ଏନସିସି କ୍ୟାଡେଟଙ୍କୁ ନେଇ ଏହି ସମାପନ କାର୍ଯ୍ୟକ୍ରମ ୧୯୫୩ ମସିହାରୁ ପ୍ରତିବର୍ଷ ଆୟୋଜିତ ହୁଏ । ଦିଲ୍ଲୀ କରିଅପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମାନ୍ୟ ଗଣ୍ୟବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏନସିସି କ୍ୟାଡେଟଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ପ୍ରଂଶସା କରିଛନ୍ତିି ପ୍ରଧାନମନ୍ତ୍ରୀ ।

ଏନସିସି କ୍ୟାଡେଟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଦେଶର ଯୁବକଙ୍କ ମନରେ ଦୃଢ ଅନୁଶାସନ, ଇଚ୍ଛାଶକ୍ତି ଓ ନିଷ୍ଠା ରହିଥାଏ ସେହି ଦେଶର ଦ୍ରୁତ ବିକାଶ ପଥରେ ଅଗ୍ରସର ହୁଏ । ଆଜି କାର୍ଯ୍ୟକ୍ରମରେ ଏନସିିସି କ୍ୟାଡେଟ ମାନେ ନିଜର ଚମକ୍ରାର କଳାକୌଶଳ ପ୍ରଦର୍ଶନ କରିଛନ୍ତି । ସର୍ବଶ୍ରେଷ୍ଠ କ୍ୟାଡେଟଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରାଯାଇଛି । ଏନସିସି ଗଣତନ୍ତ୍ର ପରେଡ ସମାପନ କାଯ୍ୟକ୍ରମରେ ୧୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ମୋଟ ୧୦୦୦ କ୍ୟାଡେଟ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ପୁଣି ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ପରିଧାନ କରିଥିବା ଶିଖ୍ ପଗଡି ।