କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

143

କନକ ବ୍ୟୁରୋ : କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । କନ୍ଧମାଳ ଷ୍ଟାଡିୟମରେ ବିଜେପି ପକ୍ଷରୁ ହେଉଛି ବିଜୟ ସଂକଳ୍ପ ସମାବେଶ । ସକାଳ ୧୦ଟା ୩୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଠାରେ ଜନସଭାରେ ଯୋଗଦେବା ପରେ ବଲାଙ୍ଗିର ବାହାରିଯିବେ । ମଧ୍ୟାହ୍ନ ୧୨ଟା ୫ରେ ବଲାଙ୍ଗିରର ପଥରଚେପାସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ୧୨ଟା ୧୫ରୁ ୧୨ଟା ୫୫ ପର୍ଯ୍ୟନ୍ତ ଜନସଭାକୁ ଉଦବୋଧନ ଦେବେ । ଏହା ପରେ ବରଗଡ଼ ଜିଲ୍ଲା ଗସ୍ତ କରିବେ ମୋଦୀ । ୧ଟା ୪୫ରେ ବରଗଡ଼ର ବରାହାଗୁଡ଼ା ଟୋଲଗେଟ୍ ନିକଟରେ ଥିବା ବିକାଶ ଭିନଟେଜ୍ ପଡ଼ିଆରେ ବିଶାଳ ଜନସଭାରେ ଉଦବୋଧନ ଦେବା ସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ବହୁ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ରହିବେ ।

୩ଟି ଜିଲ୍ଲାରେ ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବଲାଙ୍ଗିରରେ ୨ଶହ ପୁଲିସ ଅଧିକାରୀ, ୩୦୦ ହୋମଗାର୍ଡ ଏବଂ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ରେ ଯୋଗ ଦେଇଥିଲେ ।