୨୦୧୯ ନିର୍ବାଚନର କ୍ଲାଇମାକ୍ସ: ମୋଦିଙ୍କ ପ୍ରଥମ ପ୍ରେସ୍ କନଫରେନ୍ସର ରାହୁଲ କଲେ ଲାଇଭ୍ କାଉଂଟର

269

କନକ ବ୍ୟୁରୋ: ଶେଷ ହୋଇଛି ଚଳିତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟର ନିର୍ବାଚନୀ ପ୍ରଚାର । ଆଉ ଏହି ନିର୍ବାଚନୀ ପ୍ରଚାରର ଶେଷ ଦିନ ଆପେ ଆପେ ହିଁ ପାଲଟି ଯାଇଛି ଐତିହାସିକ ଦିନ । କାହିଁକି ନା ଯାହା ଗତ ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା, ତାହା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ହିଁ ଦେଖିବାକୁ ମିଳିଥିଲା । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟେଲିଭିଜନ ସ୍କ୍ରିନରେ ସାମନା-ସାମନୀ ହୋଇଥିଲେ, ଗୋଟିଏ ପାଖେ ପ୍ରଧାନମନ୍ତ୍ରୀ ଥିଲେ ତ ଅନ୍ୟ ଏକ ପାଶ୍ୱରେ ରାହୁଲ ଗାନ୍ଧୀ ତାଙ୍କୁ ଲାଇଭ କାଉଂଟର କରିଚାଲିଥିଲେ । ତେବେ ଏହି ପ୍ରରିପେକ୍ଷୀ ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କର ପ୍ରଶ୍ନ ରହିଥିଲା କି, ପ୍ରଧାନମନ୍ତ୍ରୀଜୀ, ଆପଣ ମୋ ସହିତ ରାଫେଲ ପ୍ରସଙ୍ଗରେ ବିତର୍କ କରିଲେନି କାହିଁକି ?

ନିର୍ବାଚନୀ ପ୍ରଚାର ଶେଷ ହେବାର ଠିକ୍ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଦେଖିବାକୁ ମିଳିଥିଲା । ବଡ କଥା ହେଲା କି, ଗତ ୫ ବର୍ଷ ମଧ୍ୟରେ ଏହା ଥିଲା ପ୍ରଥମ ଘଟଣା ଯେଉଁଥିରେ କି ପ୍ରଧାନମନ୍ତ୍ରୀ କୌଣସି ପ୍ରେସ କନଫରେନ୍ସରେ ଯୋଗଦେଇଥିବେ । ତେବେ ଯେଉଁ ସମୟରେ ପ୍ରଧାନମନ୍ତ୍ରୀଙ୍କର ପ୍ରେସ କନଫରେନ୍ସ ଚାଲିଥିଲା ଠିକ୍ ସେହି ସମୟରେ ଅନ୍ୟ ପଟରେ ରାହୁଲ ଗାନ୍ଧୀଙ୍କର ବି ପ୍ରେସ କନଫରେନ୍ସ ଆରମ୍ଭ ହୋଇଯାଇଥିଲା । ପିସି ଆରମ୍ଭ ହେବା କ୍ଷଣି ହିଁ ରାହୁଲ କହିଥିଲେ କି, ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ କୌଣସି ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ବହୁତ ଭଲ ।

ରାହୁଲ ଆହୁରୀ ମଧ୍ୟ କହିଥିଲେ କି, ନିର୍ବାଚନ ଫଳାଫଳର ଆସିବାର ପାଂଚ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ଯାହାକି ବହୁତ ଭଲ କଥା । କିନ୍ତୁ ମୁଁ ଜାଣିବାକୁ ପାଇଲି କି ଖୋଦ ପ୍ରଧାନମନ୍ତ୍ରୀ ଏହି ପ୍ରେସ କନଫରେନ୍ସ କରୁନାହାଁନ୍ତି ବରଂ ସେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରେସ କନଫରେନ୍ସରେ ସାମିଲ ହୋଇଛନ୍ତି । କିନ୍ତୁ ସେଠାରେ ତ କବାଟ ହିଁ ବନ୍ଦ କରିଦିଆଯାଇଥିଲା । କିଛି ସାମ୍ବାଦିକଙ୍କୁ ସେଠାରେ ପଶିବାକୁ ବି ଅନୁମତି ଦିଆଯାଇନଥିଲା । ନା କେବଳ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବରଂ ସେ ‘ବାଦଲ’ ବାଲା ବୟାନ ଉପରେ ମଧ୍ୟ କମେଂଟ କରିଥିଲେ । ରାହୁଲ କହିଛନ୍ତି କି ବାଲାକୋଟ ଏୟାରଷ୍ଟ୍ରାଇକ ପ୍ରସଙ୍ଗରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ବାଦଲ କଥା କହୁଥିଲେ । ବାଃ, ବହୁତ ବଢିଆ ପ୍ରଧାନମନ୍ତ୍ରୀଜୀ ।

ରାହୁଲ କହିଛନ୍ତି କି, ମୁଁ ତ ଭାବିଥିଲି ୨ରୁ୩ ଜଣ ସାମ୍ବାଦିକଙ୍କୁ ମୋଦିଙ୍କ ସାମ୍ବାଦିକ ସମ୍ମିଳନୀରେ ପଠାଇବି କିନ୍ତୁ ଜାଣିବାକୁ ପାଇଥିଲି କି ସେଠାରେ ତ କବାଟ ହିଁ ବନ୍ଦ ରହିଥିଲା । ମୁଁ ମୋଦିଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି କି, ପ୍ରଧାନମନ୍ତ୍ରୀଜୀ, ମୋ ସହ ରାଫେଲ ପ୍ରସଙ୍ଗରେ କାହିଁକି ବିତର୍କ କଲେନାହିଁ । ଆପଣ ବର୍ତ୍ତମାନ ପ୍ରେସ କନଫରେନ୍ସ କରୁଛନ୍ତି, ମୁଁ ଆପଣଙ୍କୁ ଚ୍ୟାଲେଂଜ ଦେଲି, ଅନୀଲ ଅମ୍ବାନୀଙ୍କ ପ୍ରସଙ୍ଗରେ ପ୍ରଶ୍ନ କଲି । ଆପଣ ଆଜି ପ୍ରେସ କନଫରେନ୍ସ କରୁଛନ୍ତି ତେବେ ଦେଶକୁ କହି ଦିଅନ୍ତୁ କି ଆପଣ ମୋ ସହ କାହିଁକି ବିତର୍କ କଲେ ନାହିଁ ।