କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ଏବେ ବ୍ରିକ୍ସ ଶୀଖର ସମ୍ମିଳନୀ ଚାଲିଛି । ଏଠାରେ ବ୍ରିକ୍ସରେ ସଦସ୍ୟତା ଥିବା ସମସ୍ତ ଦେଶର ଶୀର୍ଷନେତା ଏଠାରେ ଉପସ୍ଥିତ ରହିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀ ମଞ୍ଚକୁ ଯାଉଥିବା ବେଳେ ଦେଖିବାକୁ ପାଇଥିଲେ କି ଭାରତର ଜାତୀୟ ପତାକା ତ୍ରିରଙ୍ଗା ତଳେ ପଡି ରହିଛି । ପ୍ରଧାନମନ୍ତ୍ରୀ ତୁରନ୍ତ କହିଥିଲେ କି କେହି ତା ଉପରେ ପାଦ ରଖନ୍ତୁ ନାହିଁ । ଏହାପରେ ପ୍ରଧାନମନ୍ତ୍ରୀ ନିଜେ ଏହି ତ୍ରିରଙ୍ଗାକୁ ତଳୁ ଉଠାଇ ପକେଟରେ ରଖିଥିଲେ ।

Advertisment

ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, ବ୍ରାଜିଲର ରାଷ୍ଟ୍ରପତି ଲରବକ୍ସ ଇନାସେୟୋ ଲୁଲା ଦା ସିଲ୍ୱା ଓ ଋଷର ବିଦେଶମନ୍ତ୍ରୀ ସଗେଇ ଲାବରୋବଙ୍କ ସହ ବ୍ରିକ୍ସ ମଞ୍ଚରୁ ଫଟୋ ଉଠାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଜୋହାନସବର୍ଗ ପହଂଚିଛନ୍ତି ।

ଜୋହାନ୍ସବର୍ଗରେ ଆୟୋଜିତ ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଓପନ୍ ପ୍ଲେନାରୀ ଅଧିବେଶନରେ ମୋଦୀ କହିଛନ୍ତି କି, ବ୍ରିକ୍ସକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେଲେ ଆମକୁ ଭବିଷ୍ୟତ ପାଇଁ ନିଜ ନିଜ ସମାଜକୁ ପ୍ରସ୍ତୁତ କରିବାକୁ ପଡିବ ଏବଂ ଏଥିରେ ଟେକ୍ନୋଲୋଜୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।