କାରଗିଲ୍ ବିଜୟ ଦିବସରେ ସହିଦ୍ ମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ମୋଦି ! ସୋସିଆଲ୍ ମିଡିଆରେ ସେୟାର୍ କଲେ ଯୁଦ୍ଧ ସମୟରେ କାରଗିଲ୍ ଗସ୍ତର କିଛି ଫଟୋ ।

170

ଆଜିର ଦିନଟି ଭାରତ ପାଇଁ ଏକ ଗର୍ବର ଦିବସ । ୨୦ ବର୍ଷ ପୂର୍ବେ ଭାରତୀୟ ଯବାନ ପାକିସ୍ତାନକୁ ମୁହଁଭଙ୍ଗା ଜବାବ୍ ଦେଇ କାରଗିଲ୍ ଯୁଦ୍ଧରେ ପାକ୍ କୁ ପରାଜିତ କରି ତ୍ରୀରଙ୍ଗାକୁ ଗଗନରେ ଉଡାଇଥିଲେ ।

ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଆଜି ଡ୍ରାସ୍ ଏବଂ କାରଗିଲ୍ ରେ ସେନାର ପରାକାଷ୍ଠା ଏବଂ ସହିଦଙ୍କ ବୀରତ୍ୱକୁ ସଲାମ୍ କରିବାକୁ ଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି ମଉକାରେ ପ୍ରଧାନମନ୍ତ୍ରୀ ମୋଦି କାରଗିଲ୍ ବିଜୟ ଦିବସ ଅବସରରେ ସହିଦ୍ ଙ୍କୁ ମନେ ପକାଇଛନ୍ତି ଏବଂ ୧୯୯୯ ରେ କାରଗିଲ୍ ଯୁଦ୍ଧ ସମୟରେ ସେଠାକୁ ଗସ୍ତ କରିଥିବା କିଛି ଫଟୋ ମଧ୍ୟ ସେୟାର୍ କରିଛନ୍ତି ।

ଫଟୋ ସେୟାର୍ କରି ସେ ଲେଖିଛନ୍ତିି , ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧ ସମୟରେ ମୋତେ କାରଗିଲ୍ ଗସ୍ତ କରିବାକୁ ସୌଭାଗ୍ୟ ମିଳିଲା ଏବଂ ବୀର ସୈନ୍ୟଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ।

ଜମ୍ମୁକାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ନିଜ ପାର୍ଟି ପାଇଁ କାମ କରୁଥିବା ସମୟରେ ମୋତେ ଏହି ସୁଯୋଗ ମିଳିଥିଲା । କାରଗିଲ୍ ଯାତ୍ରା ଏବଂ ସୈନ୍ୟମାନଙ୍କ ସହ ବାର୍ତ୍ତାଳାପ ଅବିସ୍ମରଣୀୟ ଥିଲା । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଡିଓ ଜାରି କରି କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବା ଭାରତ ମାତାର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜଣାଇଛନ୍ତି ।