କନକ ବ୍ୟୁରୋ : ମହାରାଷ୍ଟ୍ର ସମେତ ସାରା ଦେଶରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା । ଜନତାଙ୍କଠୁ ଆରମ୍ଭ କରି ନେତା ଗଣେଶ ପୂଜାରେ ସାମିଲ ହୋଇଛନ୍ତି । କରୋନା ପାଇଁ ୨୦୨୦ରୁ ଗଣେଶ ପୂଜାରେ ଲୋକଙ୍କ ଗହଳି ନଥିଲ।। ଏଥର କଟକଣା ନଥିବାରୁ ଲୋକେ ଧୁମଧାମରେ ପାଳନ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ତଥା ମହାରାଷ୍ଟ୍ରର ନେତା ପୀୟୁଷ ଗୋୟଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଗଣେଶ ପୂଜା ପାଳନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି ।

Advertisment

ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ଗଣେଶ ପୂଜାରେ ସାମିଲ ହୋଇଛନ୍ତି । ନିଜ ବାସଭବନରେ ପରିବାର ଲୋକଙ୍କ ଗହଣରେ ସେ ଗଣେଶ ପୂଜା ପାଳନ କରିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମୁମ୍ବାଇର ଲାଲବାଗରେ ଥିବା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଉଦ୍ଧବଙ୍କ ପତ୍ନୀ ଓ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ବୁଧବାରଠୁ ଆରମ୍ଭ ହୋଇଥିବା ଏହି ପୂଜା ମହାରାଷ୍ଟ୍ରରେ ୧୦ ଦିନ ଯାଏ ଚାଲିବ ।

ବାହାରିନରେ ଓଡିଆ ସମାଜ ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଛି । ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ଘରେ ଏହି ଗଣେଶ ପୂଜା ପାଳିତ ହୋଇଛି । ଏହି ପୂଜାରେ ବାହାରିନରେ ଥିବା ଓଡିଆ ପରିବାର ସାମିଲ ହୋଇଥିଲେ । ଗଣେଶ ଚତୁର୍ଥୀ ଅବସରରେ ପ୍ରସାଦ ସେବନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।