ଦେଶରେ ନୂଆ ଶିକ୍ଷା ନୀତି ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । ବର୍ଷକୁ ଦୁଇ ଥର ହେବ ପରୀକ୍ଷା । ବହିର ବୋଝ କମାଇବାକୁ ହେବ ପ୍ରୟାସ

ଦେଶରେ ନୂଆ ଶିକ୍ଷା ନୀତି ସଂପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ

2,091

କନକ ବ୍ୟୁରୋ : ଦେଶରେ ନୂଆ ଶିକ୍ଷା ନୀତି ସଂପର୍କରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ କନଫରେନ୍ସକୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି ଦୀର୍ଘ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ତିନି ଚାରି ବର୍ଷ ବିଚାର ବିମର୍ଶ କରିବା ପରେ ନୂଆ ଶିକ୍ଷା ନୀତିକୁ ମଂଜୁରୀ ଦିଆଯାଇଛି । ଏହି ନୂଆ ଶିକ୍ଷା ନୀତି ନୂଆ ଭାରତର ଆଧାର ଶିଳା ହେବ । ଭାରତକୁ ସଶକ୍ତ କରିବା ପାଇଁ ନାଗରିକଙ୍କୁ ମଜବୁତ କରିବା ପାଇଁ ନୂଆ ଶିକ୍ଷା ନୀତିର ଜରୁରୀ ରହିଛି

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯାହା କରାଯିବା ଆବଶ୍ୟକ, ତାହା ଶୀଘ୍ର କରାଯିବ। ଆପଣଙ୍କୁ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଯାହା ସାହାଯ୍ୟ ଦରକାର, ମୁଁ ଆପଣଙ୍କ ସହିତ ଅଛି । ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ମନେ ରଖିବା ଜରୁରୀ ଅଟେ, ଯାହା ଦ୍ୱାରା ଆଗାମୀ ପିଢ଼ିକୁ ପ୍ରସ୍ତୁତ କରାଯାଇପାରିବ। ଭାରତକୁ ଶକ୍ତିଶାଳୀ କରିବା ପାଇଁ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ତମ ଶିକ୍ଷା ଆବଶ୍ୟକ। ଏହି ନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଯେତେବେଳେ ନର୍ସରୀ ପିଲା ମଧ୍ୟ ନୂତନ ଟେକ୍ନୋଲୋଜି ବିଷୟରେ ପଢ଼ିବେ, ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ସହଜ ହେବ। ଆଗରୁ ପିଲାମାନେ ଡାକ୍ତର-ଇଞ୍ଜିନିୟର-ଓକିଲ ହେବା ପାଇଁ ଏକ ପ୍ରତିଯୋଗିତା କରୁଥିଲେ । କିନ୍ତୁ ବର୍ତ୍ତମାନ ଯୁବକମାନେ ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ, ବର୍ତ୍ତମାନ କେବଳ ଅଧ୍ୟୟନ ନୁହେଁ କାର୍ଯ୍ୟ ସଂସ୍କୃତିର ମଧ୍ୟ ବିକାଶ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମର ଶିକ୍ଷା ନୀତି ଯୁବପିଢ଼ିଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସୁଯୋଗ ଦେଉଛି କି? ଆମର ଶିକ୍ଷା ବ୍ୟବସ୍ଥା ଯୁବକମାନଙ୍କୁ ସକ୍ଷମ କରୁଛି କି? ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିବାବେଳେ ଏହି ପ୍ରଶ୍ନଗୁଡ଼ିକ ଉପରେ ଗମ୍ଭୀର ଭାବରେ ଆଲୋଚନା କରାଯାଇଥିଲା । ବିଶ୍ୱର ଶିକ୍ଷା ନୀତି ସହ ତାଳ ଦେଇ ଚାଲିବା ପାଇଁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ। ପିଲାମାନଙ୍କ ଘରର ଉପଭାଷା ଏବଂ ବିଦ୍ୟାଳୟରେ ଶିକ୍ଷାର ଭାଷା ସମାନ ହେବା ଉଚିତ, ଯାହା ଦ୍ୱାରା ପିଲାମାନେ ସହଜରେ ଶିଖିବେ। ବର୍ତ୍ତମାନ ପିଲାମାନେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଆଗରୁ ଶିକ୍ଷା ନୀତି କ’ଣ ଚିନ୍ତା କରିବା? ସହିତ ଆଗକୁ ବଢ଼ୁଥିଲା, କିନ୍ତୁ ବର୍ତ୍ତମାନ ଆମେ କିପରି ଚିନ୍ତା କରିବା? ଉପରେ ଗୁରୁତ୍ୱ ଦେବୁବୋଲି ସେ କହିଛନ୍ତି