ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ମୋଦି କହିଲେ, ଭାରତର ଆତ୍ମବିଶ୍ୱାସ ବଢାଇବା ଭଳି ବଜେଟ୍, ବଜେଟ୍ ହୃଦୟରେ ଦେଶର ଚାଷୀ ।

284

କନକ ବ୍ୟୁରୋ : ବଜେଟ୍ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, କରୋନା ଭଳି କଠିନ ସ୍ଥିତିରେ ବଜେଟ୍ ଆସିଛି । ଲୋକଙ୍କ ଜୀବନରେ ବଜେଟ୍, ଅନେକ ପରିବର୍ତ୍ତନ ଆଣିବ । ବଜେଟରେ ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସବୁ ରାଜ୍ୟରେ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ଉଦବୋଧନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍ ହୃଦୟରେ ଦେଶର ଚାଷୀ ରହିଛନ୍ତି । ବଜେଟ୍, କୋଷ୍ଟାଲ ରାଜ୍ୟକୁ ବିଜନେସ୍ ପାୱାର ହାଉସ କରିବ । ଭାରତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ପାଦ ବଢ଼ାଇବ । କୃଷି ଓ କୃଷକଙ୍କ ଆୟ ବଢ଼ାଇବା ପାଇଁ ଏହି ବଜେଟରେ ନିଷ୍ପତ୍ତି ନିଆଯାଇଛି । ବଜେଟ ହୃଦୟରେ ବିଶେଷ କରି କୃଷକମାନଙ୍କୁ ରଖାଯାଇଛି । ନିଯୁକ୍ତି ପାଇଁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ୨୦୨୧ ବର୍ଷରେ ଭାରତର ବିକାଶ ପାଇଁ ଏହି ବଜେଟ୍ ସହାୟକ ହେବ ।