ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ଦାଖଲ ! ବାରାଣାସୀ ସଂସଦୀୟ ସିଟରେ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦି,ନାମାଙ୍କନ ପୂର୍ବରୁ ବାବା କାଳଭୈରବଙ୍କ କଲେ ଦର୍ଶନ

127

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ ସଂସଦୀୟ ସିଟରୁ କିଛି ସମୟ ମଧ୍ୟରେ ହିଁ ନିଜର ନାମାଙ୍କନ ଭରିବାକୁ ଯାଉଛନ୍ତି । ବାରାଣାସୀର ରଣ କ୍ଷେତ୍ରରେ ପୁଣିଥରେ ବିଜୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନାମାଙ୍କନ ଭରିବେ । ତେବେ ପିଏମ୍ ମୋଦିଙ୍କ ନାମାଙ୍କନ ଦାଖଲ କରିବା ସମୟରେ ଜନତା ଦଳ (ୟୁନାଇଟେଡ୍) ର ଅଧ୍ୟକ୍ଷ ନିତିଶ୍ କୁମାର ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଏବଂ ଅକାଳୀ ଅଧ୍ୟକ୍ଷ ପ୍ରକାଶ ସିଂହ ବାଦଲଙ୍କ ସମେତ ଅନ୍ୟ ସହଯୋଗୀ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ଶୋ’ କରି ନିଜ ରାଜନୈତିକ ଶକ୍ତିର ଉପସ୍ଥିତି ଜାହିର କରିଥିଲେ ।

ତେବେ ଏହା ପୂର୍ବରୁ ମୋଦି କାଶୀର ଭୈରବ ମନ୍ଦିରରେ ପହଂଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମାନ୍ୟତା ରହିଛି କି କୌଣସି କାର୍ଯ୍ୟ କରିବାର ଆରମ୍ଭରୁ ବାବା କାଳଭୈରବଙ୍କ ଦର୍ଶନ କଲେ ବିଜୟପ୍ରାପ୍ତ ହୋଇଥାଏ ।