ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦ୍ୱିତୀୟ କାର୍ଯ୍ୟକାଳର ବଜେଟ୍ ପୂର୍ବରୁ ମଙ୍ଗଳବାର ଅର୍ଥ ଏବଂ ଅନ୍ୟ ମନ୍ତ୍ରାଳୟର ବଡ ଅଧିକାରୀଙ୍କ ସହ ମିଶି ବୈଠକ କରିଛନ୍ତି । ପିଏମ୍ ଏହି ବୈଠକରେ ଧିର ପଡିଥିବା ଅର୍ଥବ୍ୟବସ୍ଥାକୁ ତୀବ୍ର କରିବା ପାଇଁ ଏବଂ ରୋଜଗାର ସୃଜନକୁ ଧ୍ୟାନରେ ରଖି ସରକାରଙ୍କ ୧୦୦ ଦିନର ଏଜେଣ୍ଡାକୁ ଅନ୍ତିମ ରୂପ ଦେବା ପାଇଁ ଜୋର୍ ଦେଉଛନ୍ତି । ସୁତ୍ର ମୁତାବକ , ପ୍ରଧାନମନ୍ତ୍ରୀ ମୋଦି ଆବାସରେ ହୋଇଥିବା ବୈଠକରେ ଅର୍ଥ ମନ୍ତ୍ରାଳୟର ସବୁ ୫ ସଚିବଙ୍କ ଛଡା କିଛି ଅନ୍ୟ ମନ୍ତ୍ରାଳୟର ଅଧିକାରୀ ଏବଂ ନୀତି ଆୟୋଗର ଶୀର୍ଷ ଅଧିକାରୀ ମଧ୍ୟ ଉପସ୍ଥିିତ ରହିବେ । ଏହି ବୈଠକରେ କମ୍ ସମୟରେ ଦେଶରୁ ୫୦୦୦ ଅରବ୍ ଡଲାରର ଅର୍ଥନୀତିକୁ ଧ୍ୟାନରେ ରଖି ସରକାର ୫ ବର୍ଷ ଭିଜନ୍ ରେ କାମ କରିବ ।
କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ କଥାବାର୍ତ୍ତା :
କୁହାଯାଉଛି ଯେ ବୈଠକରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ନାନ ନିଧି, ପ୍ରଧାନମନ୍ତ୍ରୀ ସମ୍ନାନ ନିଧି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସମସ୍ତଙ୍କୁ ପିଇବା ପାଣି ଏବଂ ବିଜୁଳୀ ସମେତ ପ୍ରଧାନମନ୍ତ୍ରୀଙ୍କ ମହତ୍ତ୍ୱାକାଂକ୍ଷୀ ପରିଯୋଜନାର ଭବିଷ୍ୟର ରୂପରେଖ ଉପରେ ମଧ୍ୟ କଥାବାର୍ତ୍ତା କରାଗଲା ।
ବ୍ୟବସାୟକୁ ସହଜ କରିବା ପାଇଁ ହେଲା ଚର୍ଚ୍ଚା :
ପ୍ରଧାନମନ୍ତ୍ରୀ ମୋଦି ସବୁ ବିଭାଗର ସୁଧାର ପାଇଁ କଥାବାର୍ତ୍ତା କଲେ କାରଣ ଦେଶରେ ବ୍ୟବସାୟ କରିବାର ବ୍ୟବସ୍ଥାକୁ ସୁଗମ କରାଯାଇପାରିବ ଏବଂ ଅର୍ଥବ୍ୟବସ୍ଥାକୁ ଆଗକୁ ବଢାଯାଇପାରିବ । ସୂତ୍ର ଅନୁସାରେ ବୈଠକରେ ରାଜସ୍ୱ ବଢାଇବା ତଥା ଏଥିରେ ସୁଧାର ଆଣିବାରେ ଜିଡିପିର ବୃଦ୍ଧି ବଢାଇବା ପାଇଁ ଚର୍ଚ୍ଚା ହେଉଛି । ଗତବର୍ଷ ୨୦୧୮-୧୯ ରେ ଜିଡିପି ବୃଦ୍ଧିର ଦର ଘଟି ୬.୮ ପ୍ରତିଶତକୁ ଆସିଯାଇଥିଲା । ଯାହା ୫ ବର୍ଷର ନିମ୍ନସ୍ତର ହୋଇଯାଇଛି । ଜୁଲାଇ ୫ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ । ୨୦୧୯ -୨୦ ପୂର୍ଣ୍ଣ ବଜେଟ ୫ ଜୁଲାଇକୁ ଦିଆଯିବ । ମୋଦି ତା ପୂର୍ବରୁ ଶୀର୍ଷ ଅଧିକାରୀଙ୍କ ସହ ବିଚାର କରିଛନ୍ତି । ଯାହାକୁ ବଜେଟ୍ ରେ ମଧ୍ୟ ସାମିଲ୍ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture-19.jpg)
/kanak/media/post_attachments/wp-content/uploads/2019/06/modi-farmers_2019020600550238-300x202.jpg)
/kanak/media/post_attachments/wp-content/uploads/2019/06/large_mpzIRhlj24HltwzSdbLVs5vOy4sZsajJjUkVXqj9Usw-300x129.jpg)