ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ତାଲାବନ୍ଦ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବେ ସରକାର; ଓଡିଶା ସମେତ ୬ଟି ରାଜ୍ୟରେ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା

Advertisment
ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ତାଲାବନ୍ଦ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବେ ସରକାର; ଓଡିଶା ସମେତ ୬ଟି ରାଜ୍ୟରେ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ କଟକଣା ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ୫୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପ୍ରବାସୀ ଶ୍ରମିକ ମାନଙ୍କୁ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ଏଥିପାଇଁ ଏସବୁ ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଓ ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ କାମଧନ୍ଦା ଯୋଗାଇଦେବା ଲାଗି ପ୍ରୟାସ କରାଯାଉଛି। ସେମାନଙ୍କ ପାଖରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲାଗି ଜନ ଧନ ଯୋଜନା, କିସାନ କଲ୍ୟାଣ ଯୋଜନା, ଖାଦ୍ୟ ନିରାପତ୍ତା ଯୋଜନା, ପିଏମ୍ ଆବାସ ଯୋଜନାକୁ ବ୍ୟବହାର କରାଯିବ।

ଦେଶରେ ଲକଡାଉନ୍ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନଙ୍କ ଯେଉଁ ଭୟଙ୍କର ସ୍ଥିତି ସାମ୍ନାକୁ ଆସିଥିଲା ତାହା ସରକାରଙ୍କୁ ଅଡ଼ୁଆରେ ପକାଇଦେଇଥିଲା। ସେମାନଙ୍କୁ ଆଗୁଆ ସୂଚନା ନଦେଇ ତରବରିଆ ଭାବେ କାହିକି ଲକଡାଉନ୍ ଘୋଷଣା କରାଗଲା ବୋଲି କହି ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିଲେ। ଏହା ବ୍ୟତୀତ ଯେଉଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇଛି ତାହା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରବାସୀ ଶ୍ରମିକ ସଙ୍କଟର ସମାଧାନ ଲାଗି ମନରେଗାକୁ ବ୍ୟାପକ ଭାବେ ବ୍ୟବହାର କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe