କନକ ବ୍ୟୁରୋ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ୫ଜି ସେବା। ଏଥିସହ ଗ୍ରାହକଙ୍କୁ ଆଜିଠାରୁ ଅତ୍ୟାଧୁନିକ ମୋବାଇଲ ସେବା ମିଳିବ। ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିଛନ୍ତି। ଜିଓ କମ୍ପାନୀର ସିଇଓ ତଥା ମାଲିକ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ଉପସ୍ଥିତ ରହି ତାଙ୍କୁ ୫-ଜି ତଥ୍ୟ ଦେଇଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ (ଆଇଏମ୍‌ସି) ଉଦ୍‌ଘାଟନ କରିବା ଅବସରରେ ଭାରତରେ ‘୫ଜି’ ମୋବାଇଲ୍‌ ସେବାର ଶୁଭାରମ୍ଭ କରିଛନ୍ତି।

Advertisment

ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡି ହୋଇଛି, ଯେଉଁଠି ୫ଜି ସେବା ଉପଲବ୍ଧ ହେଉଥିଲା। ଏହାସହ ‘୫ଜି’ ସେବା ପ୍ରଚଳନ କରିବାରେ ଭାରତ ହେଉଛି ବିଶ୍ବର ୫ମ ରାଷ୍ଟ୍ର ହୋଇପାରିଛି ।

ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ‘୫ଜି’ ସେବା ପ୍ରଚଳନ ଫଳରେ ସମାଜ ଓ ଅର୍ଥନୀତିରେ ଆମୂଳଚୂଳ ପରିବର୍ତ୍ତନ ଘଟିବ। ଏହାଦ୍ବାରା, ଇଣ୍ଟର୍‌ନେଟ୍‌ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ବା ଲାଭ ମିଳିବ ବୋଲି ଆଶା କରାଯାଉଛି।
ଆଜି ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ ବୁଲି ଦେଖିବା ବେ୍ଳେ ‘ରିଲାଏନ୍‌ସ୍‌ ଜିଓ’ର ଆକାଶ ଅମ୍ବାନୀ ‘୫ଜି’ ପ୍ରଯୁକ୍ତିବିଦ୍ୟାର ‘ଡେମୋ’ ଦେଖାଇଥିଲେ। ବିପର୍ୟ୍ୟୟ ପରିଚାଳନା ‌‌କ୍ଷେତ୍ରରେ ଏହାର ପ୍ରୟୋଗ ବିଷୟରେ ମଧ୍ୟ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ମୋେଦୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ‘୫ଜି’ ଆମ୍ବୁଲାନ୍‌ସ୍‌ ସେବା ବିଷୟରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୁଝାଇ କହିଛନ୍ତି ଯେ, ନଗରାଞ୍ଚଳ ଓ ଗ୍ରାମଞ୍ଚଳ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏହା ସମନ୍ବୟ ରକ୍ଷା କରିବ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ‘୫ଜି’ ପ୍ରଯୁକ୍ତିବିଦ୍ୟା ବଳରେ ଦୂରେ ଥିବା ଗୋଟାଏ ଯାନ ଚଳାଇ ପରୀକ୍ଷା କରିବା ସହ ସେଠାରେ ଥିବା ‘ଆତ୍ମନିର୍ଭର ଭାରତ’ ପାଭିଲିୟନ୍‌ ବୁଲି ଦେଖିଥିଲେ।