ହିମାଚଳ ପ୍ରଦେଶର ରୋହତାଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନାଲିରୁ ଲାହୌଲ ସ୍ପିତି ଘାଟିକୁ ଯୋଡୁଥିବା ୯ କିଲୋମିଟରରୁ ଅଧିକ ଲମ୍ବ ହାଇୱେ ଟନେଲକୁ କଲେ ଉଦଘାଟନ । ସାମରିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ

ମନାଲିରୁ ଲେହକୁ କମିବ ଦୂରତା । ଶୀତିଦିନେ ବରଫପାତ ସମୟରେ ବିି ହୋଇପାରିବ ଅବାଧ ଯାତ୍ରା

272

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଆଜି ହିମାଚଳ ପ୍ରଦେଶ ରୋହତାଙ୍ଗରେ ଉଦଘାଟନ ହୋଇଛି ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ  । ପ୍ରତିରକ୍ଷା ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ବହନ କରୁଛି ଅଟଳ ଟନେଲ । ଶୀତ ଦିନରେ ତାପମାତ୍ରା ମାଇନସ ୫୦ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଯାଉଥିବା ବେଳେ ଲଦାଖ ସୀମାରେ ପହରା ଦେଉଥିବା ଭାରତୀୟ ସେନା ପାଇଁ ଏହା ବେଶ ସହାୟକ ହେବ । ଏପରି ସମୟରେ ଲେହରେ ସେନା ନିକଟକୁ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟ ସାମଗ୍ରୀ ପହଂଚାଇବା ପାଇଁ ସବୁଦିନିଆ ରାସ୍ତା ଖୋଲିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ କୁହାଯାଉଥିବା ଅଟଳ ଟନେଲକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଟନେଲ ବିଶ୍ୱର ସବୁଠାରୁ ଲମ୍ବା ହାଇୱେ ଟନେଲ । ୯ ଦଶମିକ ୨କିଲୋମିଟର ଲମ୍ବା ଏହି ହାଇୱେ ଟନେଲ ବର୍ଷ ତମାମ ମନାଲୀରୁ ଲାହୌଲ ସ୍ପିତି ଓ ଲଦାଖକୁ ଯୋଗାଯୋଗ ରଖିବାରେ ସହାୟକ ହେବ । ପୂର୍ବରୁ ଶୀତ ଦିନରେ ପ୍ରବଳ ବରଫପାତ ଯୋଗୁଁ ପ୍ରାୟ ୬ମାସ ଧରି ଏହି ରାସ୍ତା ବନ୍ଦ ରହୁଥିଲା । କିନ୍ତୁ ଏହି ଟନେଲ ଉଦଘାଟନ ହେବା ପରେ ୧୨ମାସ ୨୪ଘଂଟା ଏହି ଟନେଲ ଖୋଲା ରହିବ । ଏହି ଟନେଲ ଯୋଗୁଁ ମନାଲିରୁ ଲେହକୁ ସଡ଼କପଥରେ ୪୬ କିଲୋମିଟର ଦୂରତା କମିବ ।

• ଅଟଳ ନଲେର ଲମ୍ବ ୯.୦୨ କିଲୋମିଟର

• ଟନେଲର ଚଉଡା ୧୦.୫ ମିଟର

• ଘୋଡାର ନାଲ ଭଳି ଟନେଲର ଆକାର

• ସାମରିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ

• ମନାଲିକୁ ଲାହୋଲ ସ୍ଫିତି ସହ ଯୋଡୁଛି

• ପୂର୍ବରୁ ବିଚ୍ଛିନ୍ନ ହେଉଥିଲା ଲାହୋଲ ସ୍ଫିତି

• ବରଫପାତ ଯୋଗୁଁ ୬ ମାସ ବନ୍ଦ ରହୁଥିଲା

• ପୀର ପଞ୍ଜାଲ ପାହାଡ ଉପରେ ସୁଡ଼ଙ୍ଗ

• ସମୁଦ୍ର ପତ୍ତନଠାରୁ ୧୦ ହଜାର ଫୁଟ୍ ଉଚ୍ଚ

• ମନାଲିରୁ ଲେହର ଦୂରତା ୪୬ କିମି କମିଲା

• ଯାତ୍ରା ସମୟର ୪ରୁ ୫ ଘଂଟା କମିଗଲା

• ପ୍ରତିଦିନ ୩ ହଜାର କାର ଯାତାୟତ କରିପାରିବ

• ୮୦ କିମି ଗତିରେ ଦିନକୁ ୧୫ ଶହ ଟ୍ରକ ଯାଇପାରିବ

• ପ୍ରତି ୧୫୦ ମିଟର ଦୂରରେ ରହିଛି ଟେଲିଫୋନ୍

• ଜରୁରୀ ପରିସ୍ଥିତିରେ ଶୀଘ୍ର ପହଂଚିବ ସୁବିଧା

• ପ୍ରତି ୬୦ ମିଟର ଦୂରରେ ଅଛି ଅଗ୍ନି ନିର୍ବାପକ ଯନ୍ତ୍ର

• ୨୫୦ ମିଟରରେ ଦୂରରେ ଲାଗିଛି ସିସିଟିଭି

• ବାୟୁର ଗୁଣବତ୍ତା ପରଖିବାକୁ ୧ କିମି ଦୂରରେ ମେସିନ

• ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ