କନକ ବ୍ୟୁରୋ: ଆଜିଠାରୁ ଦିଲ୍ଲୀ ବାସୀଙ୍କୁ ମିଳିବ ଅଶ୍ୱସ୍ତି । ସହରରେ ଜାମ୍ ସମସ୍ୟାକୁ ଦୂରେଇବା ପାଇଁ ଆଜି ଉଦଘାଟନ ହୋଇଛି ପ୍ରଗତି ମୈଦାନ ଟନେଲ ସାଙ୍ଗକୁ ୫ଟି ଅଣ୍ଡରପାସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏହାଦ୍ୱାରା ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ବିଶେଷ ସୁବିଧା ହେବ ।

Advertisment

୯୨୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଟନେଲ ୬ଲେନ୍ ଯୁକ୍ତ । ଏହାକୁ ମୁଖ୍ୟ ସୁରଙ୍ଗ ପ୍ରେଗତି ମୈଦାନ ଦେଇ ଯାଉଥିବା ପୁରୁଣା କିଲା ରୋଡ୍ ହୋଇ ରିଙ୍ଗ ରୋଡ୍କୁ ଇଣ୍ଡିଆ ଗେଟ୍ ସହ ଯୋଡିଛି । ଏହି ବାଟ ଦେଇ ପ୍ରଗତି ମୈଦାନର ବିଶାଳ ବେସମେଣ୍ଟ ପାର୍କିଙ୍ଗ ପାଖରେ ପହଞ୍ଚିବାକୁ ସୁବିଧା ହେବ ।

ତେବେ ରାଜଧାନୀ ଦିଲ୍ଲୀ ଏପରି ଏକ ଟନେଲ ସାଙ୍ଗକୁ ଅଣ୍ଡରପାସର ଆବଶ୍ୟକତା ଥିଲା । କାରଣ ମଥୁରା ରୋଡ୍ ଓ ଭୈରୋଁ ମାର୍ଗ ଅଧିକାଂଶ ସମୟରେ ଅସମ୍ଭବ ପ୍ରକାର ଗହଳି ହେଉଥିଲା । ଦିଲ୍ଲୀ ସରକାରଙ୍କ ପିଡବ୍ଲ୍ୟୁଡି ବିଭାଗରେ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ରିଙ୍ଗ ରୋଡ, ମଥୁରା ରୋଡ ଏବଂ ଭୈରନ୍ ମାର୍ଗରେ ପ୍ରାୟତଃ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥାଏ। ଗାଜିଆବାଦ, ନୋଏଡା, ଏନସିଆର ଅଞ୍ଚଳ ପରି ଛକ ଏବଂ ନିକଟବର୍ତ୍ତୀ କେନ୍ଦ୍ରରେ ଦ୍ରୁତ ବିକାଶ ଯୋଗୁଁ ଏହି ତିନୋଟି ରାସ୍ତାରେ ଯାନବାହନ ଯାତାୟାତ ବୃଦ୍ଧି ହୋଇଛି ।ଦିଲ୍ଲୀ-ମଥୁରା ଏକ୍ସପ୍ରେସୱେ ଯୋଗୁଁ ଟ୍ରାଫିକ ସମସ୍ୟା ବି ବଢିଯାଇଛି । ।ନୋଏଡା ଏବଂ ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ପୂର୍ବ ଦିଲ୍ଲୀରେ ଆବାସିକ ଟାଉନସିପ୍ ର ଦ୍ରୁତ ବିକାଶ ଦ୍ୱାରା ପ୍ରଗତି ମଇଦାନ ଅଞ୍ଚଳର ଆଖପାଖରେ ଇଣ୍ଡିଆ ଗେଟ୍ ଏବଂ ଆଇଟିପିଓର ଦ୍ରୁତ ବିକାଶ ଘଟିଛି । ଏସବୁକୁ ଦୃଷ୍ଟିରେ ରଖି ଏପରି ଟନେଲ ନିର୍ମାଣ ରାଜଧାନୀ ଦିଲ୍ଲୀ ପାଇଁ ନିହାତି ଆବଶ୍ୟକ ଥିଲା ବୋଲି ମୋଦୀ କହିଛନ୍ତି ।