ଉତେଜନା ଭିତରେ ସୀମାରୁ ପ୍ରଧାନମନ୍ତ୍ରୀଙ୍କ ବଡ ବାର୍ତ୍ତା: କହିଲେ, ଗଲୱାନ ଘାଟି ଆମର, ଲଦାଖର ପୁରା ଅଂଶ ଭାରତର ମାନ ସମ୍ମାନର ପ୍ରତୀକ

ଲେହରେ ବଢାଇଲେ ଯବାନଙ୍କ ମନୋବଳ

1,492

କନକ ବ୍ୟୁରୋ: ଉତେଜନା ଭିତରେ ସୀମାରୁ ବଡ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଚାନକ ଲଦାଖ ଗସ୍ତ କରିଥିବା ମୋଦୀ ଯବାନଙ୍କ ମନୋବଳ ବଢାଉନ୍ତି । ଗଲୱାନ ଘାଟି ଆମର ବୋଲି ସୀମାରୁ ବାର୍ତା ଦେଇଚନ୍ତି ମୋଦି । ସୀମା ବିବାଦ ମଧ୍ୟରେ ଯବାନଙ୍କ ମନୋବଳ ବଢାଇଛନ୍ତି ମୋଦୀ । ଗଲୱାନ ଘାଟୀରେ ସହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କ ବଳିଦାନ ଆତ୍ମନିର୍ଭର ଭାରତକୁ ମଜଭୁତ କରୁଛି । ଏବଂ ୧୪କୋର୍ର ଯବାନଙ୍କ ସାହସର ଚର୍ଚ୍ଚା ସାରା ଦେଶରେ ହେଉଛି । ବୀରଙ୍କ ସାହସ ପାଇଁ ଦେଶବସୀ ଗର୍ବିତ ବୋଲି କହିଛନ୍ତି ମୋଦି ।

ପୂର୍ବ ଲଦାଖର ସୀମାରେ ଚୀନ ସହ ବିବାଦ ଲାଗିରହିଥିବା ବେଳେ ଲଦାଖର ରାଜଧାନୀ ଲେହ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ଚକିତ କରି ଅଚାନକ ଲେହର ନିମୁ ଫରୱାର୍ଡ ପୋଷ୍ଟରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ମଧ୍ୟ ତାଙ୍କ ସହ ଗସ୍ତ କରିଛନ୍ତି । ସୀମାରେ ଉତେଜନା ଲାଗି ରହିଥିବାବେଳେ ସେଠାକାର ବର୍ତମାନର ସ୍ଥିତି ନେଇ ସ୍ଥଳ ସେନା, ବାୟୁସେନାର ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତିି ପ୍ରଧାନମନ୍ତ୍ରୀ ।

ସେନାର ବରିଷ୍ଠ ଅଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ସୀମାର ବର୍ତମାନ ସ୍ଥିତି ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ମୋଦିଙ୍କ ସହ ସିଡିଏସ ବିପିନ ରାୱତଙ୍କ ବ୍ୟତିତ ସେନା ପ୍ରମୁଖ ଏମଏମ ନରୱଣେ ବି ଉପସ୍ଥିତ ରହିଥିଲେ । ନିମୁ ପୋଷ୍ଟ ସମୁଦ୍ର ପତନଠାରୁ ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଦୁନିଆର ସବୁଠାରୁ ଉଚ୍ଚତମ ସ୍ଥାନରେ ଥିବା ବିପଦଜନକ ପୋଷ୍ଟ ମଧ୍ୟରୁ ଏହା ଅନ୍ୟତମ । ମୋଦି ଆଜି ଗସ୍ତ ସମୟରେ ୧୪ ଫୋର୍ସ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସୀମାରେ ମୁତୟନ ଥିବା ଯବାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି ।

୬୯ ବର୍ଷିୟ ମୋଦି ଲେହର କୁଶୋକ ବାକୁଲା ରିମପୋଛି ବିମାନବନ୍ଦରରେ ଓହ୍ଲାଇଥିଲେ । ଚାଇନାର ପିପୁଲସ ଲିବରେସନ ପାର୍ଟି ବିରୋଧରେ ସୀମାରେ ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବାକୁ ପହଂଚିଥିଲେ ମୋଦି । ସାଥିରେ ଥିଲେ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ, ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ଲେହର ନିମୁଠାରେ ଥିବା ମୁଖ୍ୟାଳୟକୁ । ନର୍ଦନ ଆର୍ମି କମାଣ୍ଡର ଲେଫନାଂଟ ଜେନେରାଲ ୱାଇ କେ ଯୋଶୀଙ୍କ ଉପସ୍ଥିତିରେ କର୍ପସ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ହରିନ୍ଦର ସିଂହ ନରେନ୍ଦ୍ର ମୋଦିଙ୍କୁ ସେନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଲାଦାଖରେ ମୋଦିଙ୍କ ଏହି ଉପସ୍ଥିତି ଚାଇନା ଏବଂ ସାରା ବିଶ୍ୱକୁ ଏକ ବଡ ବାର୍ତା ଦେଇଛି ।