କନକ ବ୍ୟୁରୋ: ରାହୁଲଙ୍କ ଗଡରେ ଆଜି ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ କ୍ଷେତ୍ର ଆମେଠିରେ ଆଗାମୀ ନିର୍ବାଚନ ଲାଗି ବିଜେପି ପ୍ରଚାରର ବିଗୁଲ ଫୁଙ୍କିବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗଡରେ ଜୋରଦାର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି କରିଛନ୍ତି ଯୋଗୀ ସରକାର । ପାଖାପାଖି ଦେଢଲକ୍ଷରୁ ଅଧିକ ଲୋକଙ୍କୁ ସଭାକୁ ଅଣାଯିବ ।
୨୦୧୭ରେ ଏହି ଲୋକସଭା କ୍ଷେତ୍ରର ୫ଟିରୁ ୪ଟିରେ ଜିତିଥିଲା ଭାରତୀୟ ଜନତା ପାର୍ଟି । ଗୋଟିଏ ଆସନରେ ବିଏସପି ଜିତିଥିବାବେଳେ, ଖାତା ଖୋଲିପାରି ନଥିଲା କଂଗ୍ରେସ । ତେଣୁ ୨୦୧୯ ଲଢେଇ କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଆଉ ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣି ବଡ ବାଜି ଖେଳିଛନ୍ତି ରାହୁଲ । ହେଲେ ବିଜେପିର ଦାବି ପ୍ରିୟଙ୍କାଙ୍କ କୌଣସି ପ୍ରଭାବ ପଡିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01085010.jpg)
/kanak/media/post_attachments/wp-content/uploads/2019/02/rahul_modi_2-300x168.jpeg)