ଭାରତର କୂଟନୈତିକ ସଫଳତା: ୨୦୨୨ରେ ଇଟାଲିରେ ନୁହେଁ ଭାରତରେ ହେବ ଜି-୨୦ ସମ୍ମିଳନୀ

Advertisment
ଭାରତର କୂଟନୈତିକ ସଫଳତା: ୨୦୨୨ରେ ଇଟାଲିରେ ନୁହେଁ ଭାରତରେ ହେବ ଜି-୨୦ ସମ୍ମିଳନୀ

କନକ ବ୍ୟୁରୋ: ଭାରତକୁ ମିଳିଛି ଏକ ବଡ କୁଟନୈତିକ ସଫଳତା । ୨୦୨୨ ମସିହାରେ ଜି-୨୦ ସମ୍ମିଳନୀ ଇଟାଲି ବଦଳରେ ଭାରତର ଆୟୋଜିତ । ସେହି ବର୍ଷ ଦେଶ ସ୍ୱାଧିନତାର ୭୫ତମ ବର୍ଷ ପୂର୍ତି ପାଳନ କରୁଥିବ । ଆର୍ଜେଟିଂନାରେ ଚାଲିଥିବା ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି ।

publive-image

ସେ କହିଛନ୍ତି ୨୦୨୨ରେ ଜି-୨୦ର ପ୍ରସ୍ତାବିତ ଆୟୋଜକ ଇଟାଲିକୁ ଅନୁରୋଧ କରିବାରୁ ଇଟାଲି ରାଜି ହୋଇଛି । ଭାରତରେ ୨୦୨୧ ନୁହେଁ ୨୦୨୨ରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ । ଏଥିପାଇଁ ସବୁ ଦେଶକୁ ଧନ୍ୟବାଦ ଦେବା ସହ ୨୦୨୨ରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱର ସବୁ ଦେଶକୁ ନିମନ୍ତ୍ରଣ କରୁଛି ବୋଲି ମୋଦି କହିଛନ୍ତି ।

publive-image

ପୁଣି ଗୋଟିଏ ମଞ୍ଚରେ ଭାରତ-ରୁଷ୍-ଚୀନ୍

ଦୀର୍ଘ ୧୨ ବର୍ଷ ପରେ ଭାରତ, ଚୀନ୍‌ ଓ ରୁଷକୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ତିନିରାଷ୍ଟ୍ରର ଶୀର୍ଷ ‌ନେତା ଏକାଠି ବସି ବିଭିନ୍ନ ପ୍ରସଙ୍ଗ‌ରେ ଖୋଲାଖୋଲି ଆଲୋଚନା କରିବା ସହିତ ବିଶ୍ବ ସମୁଦାୟର ଭବିଷ୍ୟତ ପାଇଁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏକ ତ୍ରିପାକ୍ଷିକ ବୈଠକରେ କିଛି ଘଣ୍ଟା ଆଲୋଚନା କରିଥିଲେ। ବହୁପାକ୍ଷିକ ବାଣିଜ୍ୟ ପ୍ରଣାଳୀ, ଅନ୍ତର୍ଜାତୀୟ ସମୃଦ୍ଧି ପାଇଁ ମୁକ୍ତ ବାଣିଜ୍ୟ ସଂକ୍ରାନ୍ତ ଅର୍ଥବ୍ୟବସ୍ଥାକୁ ସେମାନେ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହା ଆହୁରି ପ୍ରଶସ୍ତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଆର୍ଜେଣ୍ଟିନାର ବ୍ୟୁନସ୍‌ ଆୟର୍ସରେ ଜି-୨୦ ସମ୍ମିଳନୀ ଅବସରରେ ଭାରତ ଏହି ତ୍ରିପାକ୍ଷିକ ବୈଠକରେ ଯୋଗଦେଇଥିଲା।

publive-image

ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଟ୍ବିଟ୍‌ ମଧ୍ୟ କରାଯାଇଛି। ବିକାଶ ପାଇଁ ମହତ୍ତ୍ବପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଙ୍କ ସହିତ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌, ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟୁନସ୍‌ ଆୟର୍ସରେ ଆର୍‌ଆଇସି (ରୁଷ୍‌, ଭାରତ, ଚୀନ୍‌) ତ୍ରିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ। ବିଦେଶ ମନ୍ତ୍ରାଳୟ ମଧ୍ୟ ଟ୍ବିଟ୍‌ କରି କହିଛି ଯେ ୧୨ ବର୍ଷ ବ୍ୟବଧାନରେ ଆର୍‌ଆଇସିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି। ୩ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଏହା ମଜବୁତ କରିବ। ରୁଷ୍‌ ଓ ଚୀନ୍‌ ସହିତ ତ୍ରିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହିତ ଅନ୍ୟ ଏକ ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe