କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନେସିଂ ବୈଠକରେ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ତେବେ ଏଥିରେ କରୋନାର ସ୍ଥିତି ଓ ତାହାର ମୁକାବିଲା ନେଇ ସମୀକ୍ଷା କରାଯାଇଛି ।
ପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ସାର୍କ ଦେଶ ସଦସ୍ୟଙ୍କ ସହ ଭିଡିଓ କନଫରେନସିଂରେ କରୋନା ମୁକାବିଲା ନେଇ ଆଲୋଚନା କରିଥିଲେ ମୋଦି । ଆଉ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ କରୋନା ବାବଦରେ ଦେଶକୁ ବାର୍ତ୍ତା ଦେଇ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
#ମୋଦିଙ୍କୁ_ନବୀନଙ୍କ_ପ୍ରସ୍ତାବ
ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରସ୍ତାବ
କରୋନା ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢାଯାଉ
ସରକାରୀ ଓ ବେସରକାରୀ ସ୍ତରରେ ଟେଷ୍ଟ ମାଗଣାରେ କରାଯାଉ
ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରହୁ- ନବୀନ@PMOIndia@CMO_Odishapic.twitter.com/1uPZuMUr60— Kanak News (@kanak_news) March 20, 2020
ତେବେ ଏହି ଭିଡିଓ କନଫରେନ୍ସିଂରେ କେନ୍ଦ୍ରର କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନବୀନ ରଖିଛନ୍ତି କିଛି ପ୍ରସ୍ତାବ । କରୋନା ପରୀକ୍ଷଣ କେନ୍ଦ୍ର ସଂଖ୍ୟାକୁ ଖୁବଶୀଘ୍ର ବଢାଯାଉ ବୋଲି ନବୀନ ପ୍ରସ୍ତାବ ଦେଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ଏହି ଟେଷ୍ଟ ମାଗଣାରେ କରାଯାଉ ବୋଲି କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ଅନ୍ୟ ଉପକରଣ ମହଜୁଦ ରହୁ । ମନରେଗାରେ ୫୦ ଦିନର ପାରିଶ୍ରମିକ ଦିଆଯାଉ । ଚାଷୀଙ୍କୁ ପିଏମ କିଷାନରେ ଅତିରିକ୍ତ କିସ୍ତି ଦିଆଯାଉ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଉ । ନିର୍ମାଣ ଶ୍ରମିକ ଓ ଅନ୍ୟ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ ଏବଂ ରାଜ୍ୟକୁ ଅଗ୍ରୀମ ଆକାରରେ ଅନୁଦାନ ଦିଆଯାଉ ବୋଲି ନବୀନ ପ୍ରସ୍ତାବ ରଖିଛନ୍ତି ।
ସେପଟେ କରୋନା ମୁକାବିଲା ନେଇ କେନ୍ଦ୍ରର କିଛି ନିଷ୍ପତ୍ତିକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆନ୍ତର୍ଜାତୀୟ ଗମନାଗମନ ଉପରେ ରୋକ ଲାଗିବା ନିଷ୍ପତ୍ତି ପ୍ରଶଂସନୀୟ ବୋଲି ନବୀନ କହିଥିବା ବେଳେ ଏସଡିଆରଏଫକୁ ପ୍ରସ୍ତୁତ ରଖିବା ପ୍ରଶଂସନୀୟ । ସେହିପରି ଇରାନ ଓ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ନବୀନ ପ୍ରଶଂସା କରି କହିଛନ୍ତି ।