କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ପୁଣି ଥରେ ଜୋରଦାର ହୋଇଛି । ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉଭୟ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମହ ଆଲୋଚନା କରିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପ୍ରାୟ ୫ ଘଂଟା ଧରି ଆଲୋଚନା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ପିୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
୫ଟି ପର୍ଯ୍ୟାୟରେ ଏହି ଆଲୋଚନା ହୋଇଥିବା ଜଣାପଡିଛି । ଏହାକୁ ନେଇ ଦିଲ୍ଲୀ ପାୱର କରିଡର ସରଗରମ ରହିଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ସହ ସଂପ୍ରସାରଣ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି, ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତନ ହେବାକୁ ଯାଉଛି । ୨୦୧୯ ମସିହା ପରଠାରୁ ଅର୍ଥାତ୍ ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତନ କରିନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/PM-Modi.jpg)