କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି । ପ୍ର୍ରଥମ ପର୍ଯ୍ୟାୟରେ ୩୩୯ କୋଟି ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସ୍ୱପ୍ନର ପ୍ରକଳ୍ପ ୫ ଲକ୍ଷ ବର୍ଗ ଫୁଟ ଅଂଚଳରେ ନିର୍ମାଣ କରାଯାଇଛି । ଏହା ପ୍ରାଚୀନ କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାର ୨ଟି ଘାଟ ସହ ସଂଯୋଗ କରିବ । ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୩ଟି କୋଠାର ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୪ଶହରୁ ଅଧିକ ଦୋକାନ ଓ ଘର ଭଙ୍ଗାଯିବା ସହ ସେମାନଙ୍କର ଥଇଥାନ କରାଯାଇଛି । ଏଥିପାଇଁ ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି ।
#WATCH | Varanasi: PM Narendra Modi along with CM Yogi Adityanath had lunch with the workers involved in construction work of Kashi Vishwanath Dham Corridor. pic.twitter.com/XAX371ThEw
— ANI UP (@ANINewsUP) December 13, 2021
କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଙ୍ଗାଙ୍କ ପୂଜର୍ଚ୍ଚନା କରିବା ପରେ ବାବା କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ସାଧୁସନ୍ଥଙ୍କ ଗହଣରେ ବାବା କାଶୀବିଶ୍ୱନାଥଙ୍କ ରୁଦ୍ରାଭିଷେକ କରିଥିଲେ । ବ୍ରାହ୍ମଣଙ୍କ ସହ ତାଳେ ତାଳେ ଶ୍ଲୋକ ଓ ମନ୍ତ୍ର ଜାପ କରିଥିଲେ ମୋଦି । ଏହାର କିଛି ସମୟ ପରେ ମନ୍ଦିର ପରିସରରେ ବୃକ୍ଷରୋପଣ କରି ଏଠାରେ କିଛି ସମୟ ପରିଦର୍ଶନ କରିବା ସହ ସାଧୁସନ୍ଥଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ।
Varanasi: PM Narendra Modi had lunch with the workers involved in construction work of Kashi Vishwanath Dham Corridor pic.twitter.com/OxJm3uZI2I
— ANI UP (@ANINewsUP) December 13, 2021
ଏହାବାଦ୍ କାଶୀ ବିଶ୍ୱନାଥ କରିଡର ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକ, ଇଂଜିନିୟର ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପରେ ପୁଷ୍ପ ପକାଇ ସମ୍ମାନିତ କରିଥିଲେ । ସଫେଇ କର୍ମଚାରୀଙ୍କ ଉପରେ ମଧ୍ୟ ପୁଷ୍ପବର୍ଷା କରିଥିଲେ ମୋଦି । ସମସ୍ତଙ୍କ ପାଖକୁ ଯାଇ ମୋଦି ଫୁଲ ପକାଇଥିଲେ । ଏହା ପରେ ମୋଦି ସେମାନଙ୍କ ସହ ଏକାଠି ବସି ଫଟୋ ଉଟାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିବାରୁ ଶ୍ରମିକ ଓ ସଫେଇ କର୍ମଚାରୀମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଏହି କରିଡର ନିର୍ମାଣ କାର୍ଯ୍ୟରେ ସାମିଲ ଥିବା କର୍ମଚାରୀଙ୍କ ସହ ବସି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶ୍ରମିକଙ୍କ ସହ ଟେବୁଲରେ ବସି ଖାଇବା ସହ ଭଲମନ୍ଦ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ।