ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗ୍ରାମ ସ୍ବରାଜ ପୋର୍ଟାଲ୍ ଲଞ୍ଚ: ଇ-ଗ୍ରାମପଞ୍ଚାୟତ ପୋର୍ଟାଲ୍ ସହ ଲଞ୍ଚ୍ ହେଲା ମୋବାଇଲ୍ ଆପ; ସ୍ବାମୀତ୍ବ ଯୋଜନାର ବି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

591

କନକ ବ୍ୟୁରୋ: ପଞ୍ଚାୟତିରାଜ ଦିବସ ଅବସରରେ ଲଂଚ ହେଲା ଇ-ଗ୍ରାମପଂଚାୟତ ପୋର୍ଟାଲ ସହ ମୋବାଇଲ ଆପ । ଗ୍ରାମ ସ୍ୱରାଜ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବ୍ୟାପୀ ଜାରି ରହିଥିବା କରୋନା ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ଗ୍ରାମ ପଂଚାୟତର ମୁଖ୍ୟ ତଥା ସରପଂଚଙ୍କ ସମ୍ବୋଧିତ କରିବା ସହ ପଞ୍ଚାୟତିରାଜ ଦିବସ ଅବସରରେ ମୋଦି ଏକ ଇ-ଗ୍ରାମ ସ୍ୱରାଜ ପୋର୍ଟଲ ଏବଂ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି । ତେବେ ଏହି ପୋର୍ଟାଲ ଜରିଆରେ ଗ୍ରାମ ପଂଚାୟତର ସମସ୍ୟା ଏବଂ ସେମାନଙ୍କ ସହ ଜଡିତ ସମସ୍ତ ତଥ୍ୟ ଗୋଟିଏ ଜାଗାରେ ଉପଲବ୍ଧ ହେବ ।

ତେବେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ସଂକଟରୁ ଆମକୁ ଏକ ଶିକ୍ଷା ମିଳିଛି ଯେ ବର୍ତ୍ତମାନ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି କହିଛନ୍ତି ଯେ, କରୋନା ମହାମାରୀ ସଭିଙ୍କ କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଆମେ ସାମ୍ନାସାମୀ କଥା ହୋଇପାରୁ ନାହୁଁ । ତେବେ ପଞ୍ଚାୟତିରାଜ ଦିବସ ସ୍ୱରାଜକୁ ଗାକୁ ଆଣିବାର ଏକ ସୁଯୋଗ, କରୋନା ସଂକଟ ମଧରେ ଏହା ଆବଶ୍ୟକତା ବଢି ଯାଇଛି ବୋଲି ମୋଦି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ।