କନକ ବ୍ୟୁରୋ : କେନ୍ଦ୍ରର ମୋଦୀ ସରକାର ସଂସଦରେ ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି । ଏହି ବୈଠକ ସେପ୍ଟେମ୍ବର ୧୮ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ବୈଠକ ବସିବ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହା ୧୭ତମ ଲୋକସଭାର ୧୩ତମ ଓ ରାଜ୍ୟସଭାରେ ୨୬୧ ଅଧିବେଶନ ହେବ ।

Advertisment

ସମ୍ବିଧାନର ଧାରା ୮୫ ମୁତାବକ ଜରୁରୀ ଅଧିବେଶନ ଡାକିବାର ପ୍ରାବଧାନ ରହିଛି । ଏହି କ୍ରମରେ ସରକାରଙ୍କର ଜରୁରୀ ଅଧିବେଶନ ଡାକିବାର କ୍ଷମତା ରହିଛି । ସେପଟେ କାହିଁକି ଜରୁରୀ ବୈଠକ ଡକାଯାଇଛି ସେନେଇ କିଛି ସୂଚନା ମିଳିନାହିଁ । ଦିଲ୍ଲୀରେ ଜି-୨୦ ବୈଠକ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଏହି ବୈଠକ ବସିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି କି ଅମୃତ କାଳ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ବିଶେଷ ଅଧିବେଶନରେ ସଂସଦରେ ସାର୍ଥକ ଚର୍ଚ୍ଚା ହେବ ବୋଲି ମୁଁ ଆଶା କରୁଛି ।