ଇ-ନିଲାମୀରେ ସାମିଲ ହେଲା ମୋଦୀଙ୍କ ଉପହାର, ଜାଣନ୍ତୁ କେଉଁ ଉପହାର କେତେ ଦାମ

90

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମ ଦିନ । ଏହି ଦିନକୁ ବିଜେପି କର୍ମକର୍ତ୍ତା ଓ ପ୍ରଧାନମନ୍ତ୍ରୀଙ୍କ ଶୁଭ ଚିନ୍ତକମାନେ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି । ଏହି ଅବସରରେ ସରକାରଙ୍କ ତରଫରୁ ବିଗତ ୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ମିଳିଥିବା ବିଭିନ୍ନ ପୁରସ୍କାର ଓ ସ୍ମୃତି ଚିହ୍ନକୁ ବିକ୍ରି କରିବାକୁ ଏକ ଇ-ନିଲାମୀର ଆୟୋଜନ କରାଯାଇଛି । ଏହି ଇ-ନିଲାମୀରେ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳୀ ମାନଙ୍କ ଖେଳ ସାମଗ୍ରୀ ମଧ୍ୟ ସାମିଲ ହୋଇଛି । ବିଶେଷ ଭାବେ ବ୍ୟାଡମିଣ୍ଟନ , ଫେନସିଙ୍ଗ, ଗଲ୍ୱସ୍ ଓ ଜାଭଲିନରେ ପଦକ ଜିତିଥିବା ଖେଳାଳୀଙ୍କ ପ୍ଲେ କିଟ୍ସ କିଣିବାକୁ ଲୋକମାନେ ବେସ୍ ଆଗ୍ରହ ପ୍ରେକାଶ କରିଥିବା ଦେଖତିବାକୁ ମିଳିଛି ।

କହିରଖୁ କି ଟୋକିଓ ଅଲିମ୍ପିକ୍ସରେ ଓ ପାରାଲିମ୍ପିକ୍ସରେ ପଦକ ବିଜେତା ଖେଳାଳୀମାନେ ସେମାନଙ୍କର ଗଲବ୍ସ, ରାକେଟ, ଫେନସିଙ୍ଗ ଓ ଜାଭଲିନ ପ୍ରଧାନମନ୍ତ୍ରୀଙ୍କୁ ଗିଫ୍ଟ ଆକାରରେ ଦେଇଥିଲେ । ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇ-ନିଲାମୀରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଥର କ୍ୱାଲିଫାଏ କରିଥିବା ଚଦଲବଦା ଅନନ୍ଧା ସୂୁନ୍ଦରରମନ ଭବାନୀ ଦେବୀଙ୍କ ଫେନସିଙ୍ଗ, ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା କୃଷ୍ଣା ନାଗର ଓ ରୋପ୍ୟ ବିଜେତା ସୁହାସ ଏଲବାଇଙ୍କ ବ୍ୟାଡମିଣ୍ଟନ ୧୦ କୋଟି ଲେଖାଏଁ ଦାମ ପର୍ଯ୍ୟନ୍ତ ଯାଇଛି ।

ସେପଟେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୧୩୦୦ ଉପହାରର ବି ଇ-ନିଲାମୀ ହେଉଛି । ଏହି ଇ-ନିଲାମୀରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ କୁସ୍ତିଯୋଦ୍ଧା ଲବଲୀନା ବେଗୋହୀନଙ୍କ ବକ୍ସିଂ ଗ୍ଲୋବ୍ସ ନୋବକୁ େଲୋକ ୧େ କୋଟି ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ ହୋଇଥିବା ବେଳେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲୀନ ୧ କୋଟି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାଇଛି ।