ବିବାଦ ପରେ ମିଳିଲା ଗ୍ରୀନ ସିଗନାଲ : ପିଏମ ନରେନ୍ଦ୍ର ମୋଦି ଫିଲ୍ମକୁ ସେନ୍ସର ବୋର୍ଡର ୟୁ ସାର୍ଟିଫିକେଟ । ଆସନ୍ତାକାଲି ସାରା ଦେଶରେ ହେବ ମୋଦିଙ୍କ ବାୟୋପିକ୍ ରିଲିଜ୍

188

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ଫିଲ୍ମ ପିଏମ ନରେନ୍ଦ୍ର ମୋଦିଙ୍କୁ ସେଂସର ବୋର୍ଡ ୟୁ ସାର୍ଟିଫିକେଟ ଦେଇଛି । ୨ ଘଂଟା ୧୦ ମିନିଟ ୫୩ ସେକେଣ୍ଡ ଅବଧିର ଏହି ଫିଲ୍ମଟି ଆସନ୍ତାକାଲି ସାରାଦେଶରେ ରିଲିଜ୍ ହେବ । ନିର୍ବାଚନ ଥିବାରୁ ଏହି ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଫିଲ୍ମକୁ ସିବିଏଫସି ଏବଂ ସେନ୍ସର ବୋର୍ଡ ଗ୍ରୀନ ସିଗନାଲ ଦେଇଛନ୍ତି । ସେପଟେ ଫିଲ୍ମର ରିଲିଜ୍ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରି ଖାରଜ କରିଦେଇଛନ୍ତି । କେବଳ ୨ମିନିଟ ପ୍ରୋମୋରୁ ଫିଲ୍ମକୁ ନେଇ ନିଷ୍କର୍ସରେ ପହଂଚି ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣିରେ କହିଛନ୍ତି । ଫଳରେ ଫିଲ୍ମର ରିଲିଜ୍ ହେବାର ସମସ୍ତ ବାଧା ହଟିଯାଇଛି । ଏହି ଫିଲ୍ମରେ ନରେନ୍ଦ୍ର ମୋଦି ଭୂମିକାରେ ବଲିଉଡ ଷ୍ଟାର ବିବେକ ଓବରାୟ ଅଭିନୟ କରିଛନ୍ତି । ପିଏମ ନରେନ୍ଦ୍ର ମୋଦି ଫିଲ୍ମ ବେଶ୍ ସଫଳତା ପାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି ।

ମାମଲାର ପ୍ରାଥମିକ ଶୁଣାଣି କାଳରେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଅଦାଲତଙ୍କୁ ସୂଚୀତ କରାଇ କହିଥିଲେ ଯେ ପୂର୍ବରୁ ଏ ସଂପର୍କିତ ମାମଲାକୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଓ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ତେବେ, ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ଦୃଷ୍ଟିରୁ ଏହି ବାୟୋପିକର ରିଲିଜ୍ ନିର୍ବାଚନକୁ ପ୍ରଭାବିତ କରିବ ଏବଂ ସମ୍ବିଧାନରେ ଉଲ୍ଲେଖିତ ଥିବା ‘ଅବାଧ ଓ ମୁକ୍ତ ନିର୍ବାଚନ’ରେ ପ୍ରତିବନ୍ଧକ ସୃଷ୍ଟି କରିବ।