ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ମୋଦୀ; କହିଲେ, ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶା

ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

153

କନକ ବ୍ୟୁରୋ: ଆଜି ସଂବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ଭିଡିଓ କନଫରେସିଂ ମାଧ୍ୟମରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି, ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିଛନ୍ତି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତି । ଓଡ଼ିଶାର ମାନବ ସମ୍ବଳକୁ ବିନିଯୋଗ କରି ରାଜ୍ୟକୁ ଓ ଦେଶକୁ ବିକାଶ ପଥରେ ନିଆଯାଇ ପାରିବ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ ।

ଏଥିସହ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ମୋଦୀ କହିଛନ୍ତି ଯେ ଏଣିକି ଲୋକାଲ ଫର ଭୋକାଲ ନୁହେଁ ଲୋକାଲ ଫର ଗ୍ଲୋବାଲର ସମୟ । ମାନବ ସମ୍ବଳର ପରିଚାଳନା ସହିତ ଏବେ ବୈଷୟିକ ପରିଚାଳନାର ସମୟ ।ଦେଶର ଯୁବପୀଢୀ ଷ୍ଟାର୍ଟଅପ ମାଧ୍ୟମରେ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି ଏବଂ ଏସବୁର ପରିଚାଳନା ପାଇଁ ନୂଆ ପରିଚାଳନା ଦକ୍ଷତା ଆବଶ୍ୟକ ଯାହା ସମ୍ବଲପୁର ଆଇଆଇଏମ ପରି ଅନୁଷ୍ଠାନ ପୂରଣ କରିପାରିବ । ଏଥିସହ ଇନୋଭେସନ, ଇଂଟିଗ୍ରେଟି, ଏନ୍ଥୁଜିମନେଓ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ବର୍ତମାନ ସଂବଲପୁର ବୁର୍ଲା ଆଇଆଇଏମ୍ ସଂବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି । ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି ।