୩ ଦିନିଆ ୟୁଏସ୍ ଗସ୍ତରେ ପ୍ରଧାନମନ୍ତ୍ରୀ, ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗନେବା ନେଇ ସୂଚନା  

64

କନକ ବ୍ୟୁରୋ :ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ୩ଦିନିଆ ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା, କ୍ୱାର୍ଡ ଶୀଖର ସମ୍ମିଳନୀରେ ଭାଗ ନେବା ଓ ୟୁଏନଜିଏରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ।
ଆମେରିକା ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୨-୨୫ ସେପ୍ଟେମ୍ବର ମଧ୍ୟରେ ତାଙ୍କର ଆମେରିକା ଗସ୍ତ କ୍ରମରେ ସେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଭାରତ-ଆମେରିକା ବ୍ୟାପକ ବ୍ୟବସାୟୀକ ରଣନୀତି ବାବଦରେ ସମୀକ୍ଷା କରିବେ ଓ ପାରସ୍ପାରିକ ସ୍ୱାର୍ଥ ପାଇଁ କ୍ଷେତ୍ରୀୟ ଓ ବ୍ୟବସାୟୀକ ମୁଦ୍ଦା ଉପରେ ବିଚାର ଆଦାନ ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ସେ ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍କର୍ଟ ମୋରସିନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ବି ଭେଟିବେ । କ୍ୱାର୍ଡ ଶୀଖର ସମ୍ମଳନୀ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ବୈଠକ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଏକ ସହଭାଗୀ ଆଭିମୁଖ୍ୟ ଉପରେ ଆଧାର କରି ଭବିଷ୍ୟତ ପାଇଁ ପ୍ରାଥମିକତା ଚିହ୍ନଟ କରିବାର ସୁଯୋଗ ପ୍ରଦାନ କରିବ ।

କାର୍ଯ୍ୟକ୍ରମ ସୂଚୀ

 ସେପ୍ଟେମ୍ବର ୨୨ ତାରିଖରେ ୱାସିଂଟନ୍ ଠାରେ ଆୟୋଜିତ କୋଭିଡ-୧୯ ବୈଶୟିକ ଶୀଖର ସମ୍ମିଳନୀରେ ଭାଗ ନେବେ
ସେପ୍ଟେମ୍ବର ୨୩ ରେ ଆମେରିକାର ଉପରାଷ୍ଟ୍ରପତି କମଲ ହାରିସଙ୍କ ସହ ହ୍ୱାଇଟ ହାଉସରେ ବୈଠକ
୨୪ ସେପ୍ଟେମ୍ବରରେ ବାଇଡେନଙ୍କ ସହ ଦ୍ୱିପାକ୍ଷୀକ ବୈଠକ ଓ କ୍ୱାଡ ସମିତି ବୈଠକରେ ଭାଗନେବେ
୨୫ ସେପ୍ଟେମ୍ବରରେ ୟୁଏନଜିଏର ୭୬ ତମ ସେସନେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ