ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମନେ ପକାଇଲେ କଟକରେ ସାକ୍ଷାତ ବେଳର କଥା

102

କନକ ବ୍ୟୁରୋ : ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ କଟକରେ ପ୍ରକାଶ ରାଓଙ୍କୁ ସାକ୍ଷାତ କରିବା ବେଳର ଫଟୋକୁ ସେୟାର କରିଛନ୍ତି ।

ମୋଦୀ ଟ୍ୱିଟ କରି ଲେଖିଛନ୍ତି, “ପ୍ରକାଶ ରାଓଙ୍କ କାମ ଅନ୍ୟମାନଙ୍କୁ ପ୍ରେରିତ କରୁଥିଲା । ସେ ଜାଣିଥିଲେ ସଶକ୍ତିକରଣ ହେବା ପାଇଁ ଶିକ୍ଷା ଏକ ମାଧ୍ୟମ । ତାଙ୍କ ସହ ଗତ କିଛି ବର୍ଷ ପୂର୍ବେ କଟକରେ ସାକ୍ଷାତ ହୋଇଥିଲା ।”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ତାଙ୍କ ପରିବାର ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ପ୍ରକାଶ ରାଓ ସବୁବେଳେ ମନେରହିବେ ବୋଲି କହିଛନ୍ତି ରାଜ୍ୟପାଳ ।

ଆଜି ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବ୍ରେନ ଷ୍ଟ୍ରୋକରେ ପୀଡିତ ଥିଲେ ପ୍ରକାଶ ରାଓ । ଦେହାନ୍ତ ନେଇ ପ୍ରକାଶଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା ।